ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ, ଜଣେ ଗୁରୁତର

କାମାକ୍ଷାନଗର (କେନ୍ୟୁଜ): ପାରୋଲରେ ଆସିଥିବା ଜଣେ କଏଦୀ ସଂଘବଦ୍ଧ ଭାବେ ୩ ରାଉଣ୍ଡ ଗୁଳିକାଣ୍ଡ କରାଯାଇଛି । ଏଭଳି ଲୋମ ଟାଙ୍ଗୁରା ଗୁଳିକାଣ୍ଡ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାମ ପଂଚାୟତ ଅନ୍ତର୍ଗତ ଚାଉଳିଆଝରଣ ଗାଁରେ । ଗୁରୁତର କଏଦୀ ଜଣଙ୍କ ବାମ ପଞ୍ଚାୟତ ଅନ୍ତର୍ଗତ ବାଉଁଶମୁଣ୍ଡା ଗାଁର ଅର୍ଜୁନ ସୋରେନ । ସେ ଆଜି ଝିଲ୍ଲୀ ଗାଁ ସାପ୍ତାହିକ ହାଟରୁ ସଉଦା ନେଇ ଘରକୁ ଫେରୁଥିବା ବେଳେ ଚାଉଳିଆଝରଣ ଗାଁ ନିକଟରେ ତାଙ୍କୁ ସଂଘବଦ୍ଧ ଭାବେ ଗୁଳି କରାଯାଇଥିଲା । ପ୍ରାୟ ୪ ଜଣ ବ୍ୟକ୍ତି ତାଙ୍କୁ ଏକାକୀ ଘେରି ଗୁଳି କରିଥିଲେ ।

ତେବେ ତାଙ୍କ ଉପରକୁ ପ୍ରାୟ ୩ ରାଉଣ୍ଡ ଫାୟାରିଙ୍ଗ ହୋଇଥିବା ଜଣାପଡିଛି । ଅର୍ଜୁନଙ୍କ ପଛ ପାଖ ପିଠି ,ଅଣ୍ଟା ଓ ହାତରେ ଗୁଳି ଲାଗିଥିବା ଦେଖିବାକୁ ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ପୂର୍ବ ଶତ୍ରୁତାକୁ ନେଇ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ,ଅର୍ଜ୍ଜୁନ ୨୦୧୧ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ପରକ୍ରିୟା ପ୍ରୀତିକୁ ନେଇ ଚାଉଳିଆଝରଣ ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ପ୍ରାୟ ୧୦ ବର୍ଷ କାଳ ଜେଲ ହାଜତରେ ରହି ଗତ ବର୍ଷ ଜୁନ ୫ ତାରିଖ ଦିନ ପାରୋଲରେ ଆସିଥିଲେ । ତେବେ ଆଜି ତାଙ୍କ ଉପରକୁ ଗୁଳି ଚାଳଣା କରାଯାଇଛି । ଅପରାଧୀ ମାନେ ଘଟଣା ଘଟାଇବା ପରେ ଫେରାର ହୋଇଯାଇଛନ୍ତି । ତେବେ ଏହାକୁ ନେଇ ପୋଲିସ ଛାନ ଭିନ୍ ଜାରି ରଖିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.