କବିସୂର୍ଯ୍ୟନଗରରେ ଗୁଳିମାଡ଼, ଦୁର୍ଦ୍ଦାନ୍ତ ଅପରାଧୀ ମୃତ

ପୋଲସରା : କବିସୂର୍ଯ୍ୟନଗରରେ ଗୁଳିମାଡ଼ । ଦୁର୍ଦ୍ଦାନ୍ତ ଅପରାଧୀ ଲକ୍ଷ୍ମୀନାରାୟଣ ପାଇକରାୟଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ପଥରାପଲ୍ଲୀ ଗାଁ ନିକଟରେ ଗୁଳିମାଡ଼ ହୋଇଛି । କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି। ମୁଣ୍ଡରେ ଗୁଳି ବାଜିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।  ଲକ୍ଷ୍ମୀନାରାୟଣ ବାଇକ ଯୋଗେ ନିଜ ଗ୍ରାମ ଆଠଗଡ଼ପାଟଣା ଅଭିମୁଖେ ଫେରିବା ସମୟରେ ପଥରାପଲ୍ଲୀ କୁକୁଡ଼ା ଫାର୍ମ ବାଙ୍କ ନିକଟରେ ଗୁଳିମାଡ଼ ହୋଇଛି ।  ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ ।

ଆହୁରି ପଢ଼ନ୍ତୁ : ବାଇକ୍ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭ ବାଇକ୍ ଜବତ