ପୂର୍ବ ଶତୃତାକୁ ନେଇ ଅନୁଗୁଳ ବଡକନ୍ତକୁଳ ଗାଁରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ, ଯୁବକ ଆହତ

ଅନୁଗୁଳ(କେନ୍ଯୁଜ୍): ପୂର୍ବ ଶତୃତାକୁ ନେଇ ଗୁଳିମାଡ। ଅନୁଗୁଳ ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ବାମ ହାତରେ ଗୁଲି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ଅଖିଳ ବେହେରା।

ସୂଚନା ଅନୁସାରେ ବଡକୁନ୍ତଳ ଗାଁର ଅଖିଳ ବେହେରା ଓ ଶିଶିର ସାହୁଙ୍କ ମଧ୍ୟରେ ପୂର୍ବ ଶତୃତା ଲାଗି ରହିଥିଲା। ଗତକାଲି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଶିଶର ଅଖିଳଙ୍କ ଉପରକୁ ଗୁଳି ଚଳାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.