ଜଳିଗଲା ଦୋକାନ ଘର, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ନୟାଗଡ଼ : ଜଳିଗଲା ଦୋକାନ ଘର । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ । ନୟାଗଡ଼ ଫତେଗଡ ଥାନା ବାହାଡ଼ା ବାଇଗୁଣିଆ ବଜାରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ଟି ଦୋକାନ ଜଳିଯାଇଛି । ଖବରପାଇ ଖଣ୍ଡପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁକୁ ଆୟତ୍ତ କରିବା ବେଳକୁ ଲକ୍ଷାଧିକ ଟଙ୍କାର ପନିପରିବା, ଫଳମୂଳ, ଆସବାବପତ୍ର ସହ ନଗଦ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଥିଲା । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ ବ୍ରହ୍ମଗିରି ବ୍ଲକ ଅଫିଟି ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଯାହାଫଳରେ ଅଗ୍ନିକାଣ୍ଡରେ ତିନିଗୋଟି ପରିବାରର ଚାରି ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ଏହି ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିଲା । ଖବର ପାଇ ବ୍ରହ୍ମଗିରି ରୁ ଅଗ୍ନିଶମ ବାହିନୀ ପହଞ୍ଚି ପହଞ୍ଚି ନିଆଁକୁ ଆୟତ କରିଥିଲା । ଲୁଗାପଟା , ଧାନ, ଚାଉଳ, ପିଲାମାନଙ୍କ ବହିପତ୍ର ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା ।
ଆହୁରି ପଢ଼ନ୍ତୁ: ରାସ୍ତା ମଝିରେ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ