ବୈତରଣୀ ପୋଲରୁ ଡେଇଁ ଜୀବନ ହାରିଲେ ଦୋକାନୀ, କାରଣ ଅସ୍ପଷ୍ଟ
ଯୋଡା : ବୈତରଣୀ ନଦୀକୁ ଡେଇଁ ଦୋକାନୀ ପ୍ରାଣହାରିବା କଥା ବର୍ତ୍ତମାନ ସାମ୍ନାକୁ ଆସିଛି । ଚମ୍ପୁଆରେ ପୋଲରୁ ବୈତରଣୀ ନଦୀକୁ ଏହି ଦୋକାନୀ ଡେଇଁ ପଡି ଜୀବନ ହାରିଛନ୍ତି । ମୃତକ ହେଲେ ବସନ୍ତ ପାତ୍ର ।
ସୂଚନା ମୁତାବକ, ଦୋକାନୀ ଜଣକ ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁ ପ୍ରାଣ ହରାଇଛନ୍ତି । ତେବେ ସେ କାହିଁକି ପ୍ରାଣ ହାରିଛନ୍ତି ଏପର୍ଯ୍ୟନ୍ତ ଜଣାପଡିନାହିଁ । ନଦୀରେ ବ୍ୟବସାୟୀଙ୍କ ମୃତଦେହ ଭାସିବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏ ନେଇ ତଦନ୍ତ ଚଳାଇଛି ।