ଖୋର୍ଦ୍ଧାରେ ବୁଲିବ ବୁଲଡୋଜର, ଉଚ୍ଛେଦ ହେବେ ଉଠା ଦୋକାନୀ

ଖୋର୍ଦ୍ଧା: ଖୋର୍ଦ୍ଧାରେ ବୁଲିବ ବୁଲଡୋଜର । ଉଚ୍ଛେଦ ହେବେ ଉଠା ଦୋକାନୀ ।  ଲାଗୁ ହେଲା ୧୬୩ ଧାରା ।  ବ୍ୟାଙ୍କ ଛକ ଟ୍ରାଫିକ ଠାରୁ ମାଡୁହାଳିପାଟି ଯାଏ ୧୬୩ ଲାଗୁ ହୋଇଛି ।  ଖୋର୍ଦ୍ଧାରେ ନୂଆ ବସଷ୍ଟାଣ୍ଡ ଠାରୁ ବ୍ୟାଙ୍କ ଛକ ଯାଏ ଉଠିବେ ଦୋକାନୀ । ଅସ୍ଥାୟୀ ମାର୍କେଟ ଓ ଉଠା ଦୋକାନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।  କ୍ୟାବିନ ହଟାଯିବା ସହିତ ଉଠିବେ ଉଠା ଦୋକାନୀ । ଉ ଚ୍ଛେଦ ସମୟରେ ଏକାଠି ୩ରୁ ଅଧିକ ଲୋକ ଛିଡ଼ା ହୋଇପାରିବେନି ।

ଖୋର୍ଦ୍ଧା ସହରର ସୌନ୍ଦର୍ଯ୍ୟକରଣ, ରାସ୍ତା ପ୍ରଶସ୍ତିକରଣ ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏହି ଜବରଦଖଲ ଉଉେଦ୍ଦ କରାଯିବ ।  ଏଥିପାଇଁ ଆହ୍ଲାବାଦ ବ୍ୟାଙ୍କଠାରୁ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ, ପୁରୁଣା ଟ୍ରାଫିକ ଛକଠାରୁ ନୂଆ ଲକ୍ଷ୍ମୀ ବସଷ୍ଟାଣ୍ଡ ଯାଏଁ କଟକଣା ଲାଗୁ କରାଯାଇ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ନିର୍ବାହୀ ଅଧିକାରୀଙ୍କ ଚିଠି କ୍ରମେ ତହସିଲଦାର ଏହି ଅଞ୍ଚଳରେ କଟକଣା ଜାରି କରାଯାଇଛି ।