ଗ୍ୟାସ ଟାଙ୍କି ଫାଟି ୫ ଦୋକାନ ଭସ୍ମିଭୂତ, ପଣାଯାତ୍ରା ପଡିଆରେ ଅଘଟଣ

ବ୍ରହ୍ମଗିରି : ଗ୍ୟାସ ଟାଙ୍କି ଫାଟି ୫ ଦୋକାନ ଭସ୍ମିଭୂତ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ପଣାଯାତ୍ରା ପଡିଆରେ ଅଘଟଣ । ଗ୍ୟାସ ଟାଙ୍ଗି ଫାଟି ହୁତୁ ହୁତୁ ହୋଇ ଜଳିଗଲା ଦୋକାନ ଘର । କୃଷ୍ଣପ୍ରସାଦ ବ୍ଲକ୍ କମଳେଶ୍ୱର ଦେବଙ୍କ ନିକଟରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପଣା ସଂକ୍ରାନ୍ତି ଠାରୁ ବଡ଼ ପର୍ବ ଆରମ୍ଭ ହୋଇଥିଲା । ଶହ ଶହ ଲୋକଙ୍କ ଭିଡ଼ ଜମିଥାଏ ଏହି ଯାତ୍ରାରେ । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଦୋକାନ ବଜାର ବସିଥାଏ । ଆଜି ଏକ ପାମ୍ପଡ଼ ଦୋକାନରେ ଗ୍ୟାସ ଟାଙ୍କି ଫାଟି ଯିବାରୁ ପାଖରେ ଥିବା ଖେଳନା ଦୋକାନ ସହ ଚାଟ୍ ଦୋକାନ ସମେତ ୫ଟି ଦୋକାନ ପୋଡ଼ି ଜଳିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।