କେନ୍ଦୁଝର ଜିଲ୍ଲା ଖଣି କମ୍ପେନସେସନ ଖିଲାପକାରୀ ୩୧ଟି ଖଣି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

khani Photo

କେନ୍ଦୁଝର ଜିଲ୍ଲା ଖଣି କମ୍ପେନସେସନ ଖିଲାପକାରୀ ୩୧ଟି ଖଣି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ଜିଲ୍ଲାପାଳଙ୍କ ଅଦାଲତରେ ସାର୍ଟିଫିକେଟ କେସ ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଖୁବଶୀଘ୍ର ଖିଲାପକାରୀ ଖଣି ମାଲିକମାନଙ୍କୁ ନୋଟିସ ଜାରି କରାଯିବ ଏବଂ ଜୋରିମନା ଟଙ୍କା ଆଦାୟ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଏଥିପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି ଯେଉଁଥିରେ ବାଣିଜ୍ୟକର, ଆରଟିଓ ତଥା ଅନ୍ୟ ଅଧିକାରୀମାନଙ୍କୁ ସାମିଲ କରାଯାଇଛି।

ଏହି ଖଣିଗୁଡ଼ିକ ମଧ୍ୟରେ ଯୋଡ଼ାରେ ୨୮ଟି ଏବଂ କେନ୍ଦୁଝରରେ ୩ଟି ଖଣି ଅନ୍ତର୍ଭୁକ୍ତ ଅଛି। ମୋଟ ୨୩ଜଣ ଖଣି ମାଲିକଙ୍କ ନାମରେ ଏହି କେସ କରାଯାଉଥିବାରୁ ଏହା ଆଦାୟ ହେଲେ ପାଖାପାଖି ୬୨ହଜାର କୋଟି ଟଙ୍କା ରାଜ୍ୟ ରାଜକୋଷକୁ ଆସି ପାରିବ। ଗତମାସ ୨୪ ତାରିଖରେ ଏ ନେଇ ଖଣି ବିଭାଗ ଜିଲ୍ଲାପାଳଙ୍କ ଅଦାଲତରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିଥିଲେ। ଆଜି ଜିଲ୍ଲାପାଳଙ୍କ ଅଦାଲତରେ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଆଦେଶ ପ୍ରଦାନ କରିଥିଲେ।

Leave A Reply

Your email address will not be published.