Categories: ରାଜ୍ୟ

ଆରମ୍ଭ ହେଲା ଆରଡି ଆଖଣ୍ଡଳମଣି ପୀଠରେ ଶ୍ରାବଣୀ ବ୍ରତ : ହଜାର ହଜାର କାଉଡିଆ ଭକ୍ତ କଲେ ଜଳଲାଗି

ଭଦ୍ରକ: ବିରଜା ପଞ୍ଜିକା ଅନୁଯାୟୀ ଭଦ୍ରକ ଜିଲ୍ଲାର ପୁରାତନ ଶୈବ ପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେଲା ଶ୍ରାବଣୀ ବ୍ରତ। ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ତେଣୁ କାଉଡିଆ ଭକ୍ତଙ୍କ ସମାଗମ ଆରଡି ପୀଠରେ ଦେଖିବାକୁ ମିଳିଛି। ଲଗାଣ ବର୍ଷା ସତ୍ତ୍ବେ ମଧ୍ୟ ହଜାର ହଜାର ବୋଲବମ ଭକ୍ତ ଜଳଲାଗି କରିଛନ୍ତି ଶ୍ରାବଣୀ ମହାଦେବଙ୍କୁ।

କାନ୍ଧରେ ଜଳଭାରା ଆଉ ତୁଣ୍ଡରେ ବୋଲବମ ହର ହର ବମ,ଭୋଳା ବାବା ପାର କରେଗା ଧ୍ବନି ପକାଇ ଖାଲି ପାଦରେ ଚାଲି ଚାଲି ହଜାର ହଜାର ସଂଖ୍ୟକ ବୋଲବମ ଭକ୍ତ ରବିବାର ପହଞ୍ଚିଥିଲେ ଆରଡି ଧାମରେ। କାଉଡିଆମାନେ ଲମ୍ବା ଲାଇନ ଦେଇ ଜଣକ ପରେ ଜଣେ ବାବାଙ୍କୁ ଜଳଲାଗି କରିଥିଲେ। ଚଳିତ ବର୍ଷ ସଂନ୍ଧ୍ୟା ୬ ଘଟିକା ପରେ ତିନିତର,ଧାନକଣିଆ ଓ ମୁଆଁ ଘାଟରେ ନଦୀପାର ଉପରେ କଟକଣା ଥିବାରୁ ଭକ୍ତମାନେ ରାତିରେ ନଦୀ ପାର ହୋଇପାରି ନଥିଲେ।

ତେବେ ଶାବଣ ମାସ ପ୍ରଥମ ସୋବବାର ଥିବାରୁ ଭୋର ୪ ଘଟିକାରେ ମନ୍ଦିର ପହଡ ଖୋଲାଯାଇଥିଲା। ପରେ ରିତୀନିତି ଅନୁଯାୟୀ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା। ତେବେ ହଜାର ହଜାର ସଂଖ୍ୟକ ବୋଲବମ ଭକ୍ତଙ୍କ ଭିଡକୁ ଦ୍ରୁଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ୨ ଏସଡିପିଓ,୧ ଇନସପେକ୍ଟର ସମେତ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

5 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

16 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

29 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

32 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

52 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago