ପୁରୀ ସ୍ୱର୍ଗଦ୍ୱାରରେ ସୁଲଭ ମୂଲ୍ୟରେ ମିଳିବ ଶ୍ରାଦ୍ଧ ଓ ପୂଜା ସାମଗ୍ରୀ, ଓରମାସକୁ ଦିଆଗଲା  ବିକ୍ରୟ କେନ୍ଦ୍ରର ଦାୟିତ୍ୱ

ପୁରୀ(କେନ୍ୟୁଜ୍):ପୁରୀ ସ୍ୱର୍ଗଦ୍ୱାର ସଂସ୍କାର କାର୍ଯ୍ୟରେ ଯୋଡ଼ିଲା ଆଉ ଏକ ଫର୍ଦ୍ଦ । ଶ୍ରାଦ୍ଧ ଓ ପୂଜା ସାମଗ୍ରୀ ବିକ୍ରୟ କେନ୍ଦ୍ରର ଦାୟିତ୍ୱ ଓରମାସକୁ ଦିଆଯାଇଛି। ଏନେଇ ସ୍ୱର୍ଗଦ୍ୱାର ସେବା ସମିତି ଓ ଓରମାସ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ପୁରୀ ଉପଜିଲ୍ଲାପାଳ ତଥା ସ୍ୱର୍ଗଦ୍ୱାର ସେବା ସମିତିର ଆବାହକ ସମ୍ପାଦକ ଭବତାରଣ ସାହୁ ଓ ଓରମାସ ପୁରୀ ତରଫରୁ ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଦାସ ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏହାଦ୍ୱାରା ଅନେକ ସ୍ୱୟଂସହାୟକ ଗୋଷ୍ଠୀ ଉପକୃତ ହେବା ସହିତ ସ୍ୱର୍ଗଦ୍ୱାରକୁ ଶବ ସଂସ୍କାର ନିମନ୍ତେ ଆସୁଥିବା ମୃତକଙ୍କ ପରିଜନମାନେ ସୁଲଭ ମୂଲ୍ୟରେ ଉତ୍ତମମାନର ଗୁଣାତ୍ମକ ଆବଶ୍ୟକ ସାମଗ୍ରୀ ପାଇପାରିବେ ।

ସ୍ୱୟଂ ସହାୟକ ଉତ୍ପାଦକ ଗୋଷ୍ଠୀର ଚୟନ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଛି । ପଞ୍ଚାୟତିରାଜ ଏବଂ ପାନୀୟଜଳବିଭାଗ ତରଫରୁ ସବୁଜ ସଂକେତ ମିଲିବା ସହିତ ସହାୟ ନାମକ ସ୍ୱତନ୍ତ୍ର ଯୋଜନାରେ ସ୍ୱର୍ଗଦ୍ୱାର ଠାରେ ଆରମ୍ଭ ହେବାକୁ ଥିବା ପୂଜା ଓ ଶ୍ରାଦ୍ଧ ସାମଗ୍ରୀ ବିକ୍ରୟ କେନ୍ଦ୍ରର ସୁପରିଚାଳନା ପାଇଁ ସ୍ୱୟଂ ସହାୟକ ଉତ୍ପାଦକ ଗୋଷ୍ଠୀକୁ ଆର୍ଥିକ ଋଣ ଯୋଗାଇଦିଆଯାଇଛି । ଆସନ୍ତା ୧୫ ତାରିଖରୁ ଏହା କାର୍ଯ୍ୟକ୍ଷମ ହେବ।

Leave A Reply

Your email address will not be published.