ଅକ୍ଷୟ ପରିଜାଙ୍କ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ ମାମଲାରେ ଇଡିର ଖୋଳତାଡ ।ଅକ୍ଷୟ ପରିଜାଙ୍କ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଆଜି ଅକ୍ଷୟ ପରିଜାଙ୍କ ସହ ତାଙ୍କୁ ଏକାଠି ମୁହାଁମୁହିଁ ଜେରା କରାଯିବ ବୋଲି ସୂଚନା ମିଳିଛି । ଏମାନଙ୍କ ସହ ଖଗେଶ୍ୱରକୁ ବି ସାମନା ସାମନି ଜେରା ହେବ ।

ତିନି ଜଣଙ୍କୁ ଜେରା ପରେ ଅନେକ ଗୁମର ଫିଟିବା ଆଶା କରାଯାଉଛି । ଟଙ୍କା ନେଣଦେଣ ଓ ଅଶ୍ଳୀଳ ଫଟୋ ସୁଟ୍‌କୁ ନେଇ ପଚରାଉଚରା କରାଯିବ । ତାଙ୍କୁ ନୋଟିସ୍‌ କରାଯାଇଥିଲା । ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ ଅକ୍ଷୟ ପରିଜା । ଶ୍ରଦ୍ଧାଞ୍ଜଳି ବି ଅର୍ଚ୍ଚନାଙ୍କ ନାଁରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଗତକାଲି ଅକ୍ଷୟ ପରିଜାଙ୍କୁ ୯ ଘଣ୍ଟା ମାରାଥନ୍‌ ଜେରା କରିଥିଲେ ଇଡି ଅଧିକାରୀ।

Leave A Reply

Your email address will not be published.