କିଟ୍ ରେ ସମ୍ପନ୍ନ ହେଲା ବିଶାଳ ଶ୍ରୀ ହନୁମାନ ଚାଳୀସା ମହାଯଜ୍ଞ
ଭୁବନେଶ୍ୱର : ଶ୍ରୀ ହନୁମାନ ଭକ୍ତମଣ୍ଡଳୀ ପକ୍ଷରୁ ଆଜି ୩୧ତମ ବିଶାଳ ଶ୍ରୀ ହନୁମାନ ଚାଳୀସା ମହାଯଜ୍ଞ କିସ୍ ଆଥଲେଟିକ୍ ଷ୍ଟାଡିୟମ୍ ନିକଟସ୍ଥ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହା ହେଉଛି ଭାରତର ଅନ୍ୟତମ ବିରାଟ ହନୁମାନ ମହାଯଜ୍ଞ । ଆଜି ସକାଳ ୭ଟାରୁ ୧୦୮ ସାମୂହିକ ହନୁମାନ ଚାଳିସା ପାଠ କରାଯାଇଥିଲା ।
ଏଥିରେ ୧୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଯୋଗଦେଇ ସାମୂହିକ ହନୁମାନ ଚାଳିସା ପାଠ କରିଥିଲେ । ଯଜ୍ଞସ୍ଥଳରେ ପହଞ୍ଚିବା ଓ ସୁରୁଖୁରୁରେ ହନୁମାନ ଚାଳିସା ସମ୍ପନ୍ନ ହେବା ନେଇ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଯଜ୍ଞସ୍ଥଳରେ ଭକ୍ତମାନଙ୍କ ପାଇଁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯିବା ସହ ପ୍ରସାଦ ସେବନ ବ୍ୟବସ୍ଥା ଯାଇଥିଲା । ଭୁବନେଶ୍ୱର ୟୁନିଟ୍ -୧ସ୍ଥିତ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାତା ସଭାପତି ବାବା ରାମନାରାୟଣ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀର୍ଘ ୩୧ ବର୍ଷ ହେଲା ଏହି ବିଶାଳ ଶ୍ରୀ ହନୁମାନ ଚାଳିସା ମହାଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି ।