ଆଜି ପଞ୍ଚକର ତୃତୀୟ ଦିନ, ମହାପ୍ରଭୁ ଆଜି ଭକ୍ତଙ୍କୁ ତ୍ରିବିକ୍ରମ ବା ଆଡିକିଆ ବେଶରେ ଦେବେ ଦର୍ଶନ

ପୁରୀ (କେନ୍ୟୁଜ୍) : ଆଜି କାର୍ତ୍ତିକ ମାସର ତ୍ରୟୋଦଶୀ ତିଥି । ପଞ୍ଚକର ତୃତୀୟ ଦିନ । ଏହି ଅବସରରେ ମହାପ୍ରଭୁ ଆଜି ଭକ୍ତଙ୍କୁ ତ୍ରିବିକ୍ରମ ବା ଆଡିକିଆ ବେଶରେ ଦର୍ଶନ ଦେବେ । ପଞ୍ଚୁକ ପାଞ୍ଚ ଦିନରେ ୫ଟି ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ଗତକାଲି କାଂକଚୁଡ ବେଶରେ ଶ୍ରୀଜିଉ ଦର୍ଶନ ଦେଇଥିଲେ । ଆଜି ଅନୁଷ୍ଠିତ ହେଉଛି ଆଡିକିଆ ବେଶ । ଭୋରରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ମଇଲମ ଲାଗି ଆଦି ସମସ୍ତ ରୀତିନୀତି ନିର୍ଘଣ୍ଟ ଅନୁଯାୟୀ ଶେଷ ହେବା ପରେ ମହାପ୍ରଭୁଙ୍କୁ ଆଡିକିଆ ବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶ ଦର୍ଶନରେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.