ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ପଦ୍ମବେଶ ଦର୍ଶନ କରୁଛନ୍ତି ଭକ୍ତ, ଆଜି ପଦ୍ମକେଶରୀ ଚାଉଳରେ ପ୍ରସ୍ତୁତ ଖିରୀ ଭୋଗ ହେବାର ରହିଛି ପରମ୍ପରା

ପୁରୀ: ଆଜି ସକାଳୁ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କର ପଦ୍ମବେଶ ଦର୍ଶନ କରିଛନ୍ତି ଭକ୍ତ। ଗତକାଲି ରାତିରେ ମହାପ୍ରଭୁ ପଦ୍ମବେଶ ଲାଗି କରି ପହଡ ଯାଇଥିଲେ। ପରମ୍ପରା ଅନୁଯାୟୀ ଗତକାଲି ଚଳନ ଲାଗି ପରେ ଏହି ବେଶରେ ମହାପ୍ରଭୁଙ୍କୁ ସଜ୍ଜିତ କରାଯାଇଥିଲା। ଆଜି ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ପ୍ରାୟ ଏକ ଘଣ୍ଟା ଧରି ମହାପ୍ରଭୁ ଏହି ବେଶରେ ଦର୍ଶନ ଦେଇଥିଲେ। ଏହି ବେଶ ଦର୍ଶନ ସହ ମହାପ୍ରଭୁଙ୍କ ପଦ୍ମଖିରୀ ମଧ୍ୟ ଭକ୍ତମାନେ ପାଇ ନିଜକୁ ଧନ୍ୟ ମନେ କରିଥିଲେ। ଗତକାଲି ରାତିରେ ମହାପ୍ରଭୁଙ୍କ ନିକଟରେ ଏହି ପଦ୍ମକେଶରୀ ଚାଉଳରେ ପ୍ରସ୍ତୁତ ଏହି ଖିରୀ ଭୋଗ ହେବାର ପରମ୍ପରା ରହିଛି। ଆଜି ଶ୍ରୀପଞ୍ଚମୀପାଇଁ ମଧ୍ୟ ଶ୍ରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.