ଅଶାନ୍ତ ପୁରୀ ସହର, ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ

ପୁରୀ(କେନ୍ଯୁଜ୍) : ଅଶାନ୍ତ ପୁରୀ ସହର। ଜାରି ହୋଇଛି ୧୪୪ଧାରା। ଟାଉନ ଥାନାରୁ ସିଂହଦ୍ୱାର ପର୍ଯ୍ଯନ୍ତ ୧୪୪ଧାରା ଜାରି କରାଯାଇଛି। ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ପୁରୀରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।  ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବାସଭବନ, ଏସ୍‌ପି ଓ ଶ୍ରୀମନ୍ଦିର କାର୍ଯ୍ଯାଳୟରେ ଧସେଇ ପଶି ଭଙ୍ଗାରୁଜା ଓ ପୋଡାଜଳା କରିଛନ୍ତି ଉତ୍ୟକ୍ତ ଲୋକ। ସିଂହଦ୍ୱାର ଥାନା ସମ୍ମୁଖରେ ମଧ୍ୟ ପୋଡାଜଳା କରାଯାଇଛି। ଏହି ସମୟରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି।

puri3 ସାମ୍ବାଦିକଙ୍କୁ ମଧ୍ୟ ଆନ୍ଦୋଳନକାରୀମାନେ ଆକ୍ରମଣ କରିଛନ୍ତି। ମରିଚକୋଟ ଛକରେ ଟ୍ରାଫିକ ପୋଷ୍ଟକୁ ପୋଡିବା ସହ ଅଗ୍ନିଶମ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ  ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଛି। ଆଜି ପୁରୀରେ ବନ୍ଦ ପାଳନ କରାଯାଉଥିବାବେଳେ ସକାଳୁ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଗିରଫ କରାଯାଇଛି।

puri aସେପଟେ ଆଜି ପୁଣି ଭକ୍ତ ଓ ସେବାୟତମାନେ ବ୍ୟାରିକେଡ୍‌ ଭାଙ୍ଗିଥିଲେ। ଧାଡି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ସିଂହଦ୍ୱାର ଓ ବାଇଶିପାହାଚ ନିକଟରେ ହୋଇଥିବା ବ୍ୟାରିକେଡ୍‌ ଭାଙ୍ଗି ମନ୍ଦିର ଭିତରକୁ ଧସେଇ ପଶିଥିଲେ। ତିନି ଦ୍ୱାର ବନ୍ଦ ବ୍ୟବସ୍ଥାକୁ ଭକ୍ତମାନେ ଦୃଢ ବିରୋଧ କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.