ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ, ୧୦ ଜଣ ସଦସ୍ୟଙ୍କୁ ମନୋନୀତ କଲା ଆଇନ ବିଭାଗ

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ । ୧୦ ଜଣ ସଦସ୍ୟଙ୍କୁ ମନୋନୀତ କଲା ଆଇନ ବିଭାଗ। ମୁକ୍ତିମଣ୍ଡପ ପ୍ରତିନିଧିତ୍ୱ କରିବେ ଆଇନଜୀବୀ ଅଶୋକ ମହାପାତ୍ର। ପୂଜାମଣ୍ଡପ ନିଯୋଗ ପାଇଁ ପ୍ରତିନିଧିତ୍ୱ କରିବେ ମାଧବ ଚନ୍ଦ୍ର ପୂଜାପଣ୍ଡା।

ସୁଆର ମହାସୁଆର ନିଯୋଗ ପ୍ରତିନିଧିତ୍ୱ କରିବେ ମାଧବ ଚନ୍ଦ୍ର ମହାପାତ୍ର। ପଦ୍ମଭୂଷଣ ଡା.ରମାକାନ୍ତ ପଣ୍ଡା କମିଟି ସଦସ୍ୟ ମନୋନୀତ ହୋଇଛନ୍ତି। ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ କମିଟି ସଦସ୍ୟ ମନୋନୀତ ହୋଇଛନ୍ତି। ମୋଟ ୧୦ ଜଣ ସଦସ୍ୟଙ୍କୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଗଠିତ ହୋଇଛି।