୪୮ଟି ନୂଆ ସେଡରେ ବିକ୍ରି କରାଯିବ ମହାପ୍ରସାଦ : ମୁଖ୍ଯ ପ୍ରଶାସକ

ପୁରୀ (କେନ୍ଯୁଜ୍) : ଶ୍ରୀମନ୍ଦିରରେ ନାହିଁ ଧାଡି ଦର୍ଶନ ବ୍ୟବସ୍ଥା ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ସେହିପରି ପୁରୀ ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ହେବା ଘଟଣାରେ ଭକ୍ତଙ୍କ ଯାଞ୍ଚ କାର୍ଯ୍ୟ କଡ଼ାକଡ଼ି କରାଯିବ। ମନ୍ଦିର ଭିତରକୁ ଭକ୍ତମାନଙ୍କୁ ଛଡାଯିବା ପୂର୍ବରୁ ଯା଼ଞ୍ଚ କଡାକଡି କରାଯିବ। ଏହାଛଡା ଆନନ୍ଦବଜାର ମଧ୍ୟରେ ୪୮ଟି ନୂଆ ସେଡ୍ ସ୍ଥାପନ କରାଯିବ।
ନୂଆ ସେଡ୍ରେ ମହାପ୍ରସାଦ ବିକ୍ରି କରାଯିବ। ଶ୍ରୀମନ୍ଦିରରେ ସ୍ଥାପନ ହେବେ ନୂଆ ୪ଟି ମୂର୍ତ୍ତି। ଲକ୍ଷ୍ମୀନାରାୟଣ,ବାମନ,ମଦନମୋହନ ମୂର୍ତ୍ତି ସ୍ଥାପନ କରାଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରାଞ୍ଚଳ ଆଇଜି , ଜିଲ୍ଲାପାଳ, ଏସ୍ପି ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।