ଆଜି ଜ୍ୱରାକ୍ରାନ୍ତ ଶ୍ରୀଜୀଉଙ୍କ ପୀଡା ଲାଘବ ପାଇଁ ଲାଗି ହେବ ଫୁଲୁରୀ ତେଲ

ପୁରୀ(କେନ୍ଯୁଜ୍): ଆଜି ମହାପ୍ରଭୁଙ୍କୁ ଲାଗି ହେବ ଫୁଲୁରୀ ତେଲ । ଜ୍ୱରାକ୍ରାନ୍ତ ଶ୍ରୀଜୀଉଙ୍କ ପୀଡା ଲାଘବ ପାଇଁ ଆଜି ବଡ ଓଡ଼ିଆ ମଠ ପକ୍ଷରୁ ଯୋଗାଇ ଦିଆଯାଇଥିବା ଫୁଲୁରୀ ତେଲ ଲାଗି କରିବେ ଦଇତାପତି ସେବାୟତ ।

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେଲେ ମହାପ୍ରଭୁଙ୍କ ଜ୍ୱର ଜନିତ ପୀଡା ଲାଘବ ହୋଇଥାଏ। ଏହି ଫୁଲୁରୀ ତେଲକୁ ପରମ୍ପରା ଅନୁସାରେ ବହୁବର୍ଷ ଧରି ବଡ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଉଛି। ଘଣାପେଡା ରାଶି ତେଲରେ ବେଣଚେର, ମାଳତୀଫୁଲ, କିଆ, କେତକୀ, ବଉଳଫୁଲ ଭଳି ସ୍ୱତନ୍ତ୍‌ ଫୁଲ ପକାଯାଇ ଫୁଲୁରୀ ତେଲ ପ୍ରସ୍ତୁତ କରାଯାଏ ।

Leave A Reply

Your email address will not be published.