ରତ୍ନଭଣ୍ଡାରର ଚାବି ହଜିବା ଘଟଣାରେ ତଦନ୍ତ କମିଶନର ସତ୍ୟପାଠ ଆହ୍ଵାନ !

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଭିତର ଭଣ୍ଡାର ଚାବି ହଜିବା ଘଟଣାରେ ତଦନ୍ତ କରିବା ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ସତ୍ୟପାଠ ଆହ୍ଵାନ କରିଛନ୍ତି । ଯେ କୌଣସି ବ୍ୟକ୍ତି ବିଶେଷ, ସମିତି, ସଂଘ, ବେସରକାରୀ ଅନୁଷ୍ଠାନ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ଅଧିକାରୀଙ୍କଠାରୁ ତଥ୍ୟ ଆହ୍ଵାନ କରିଛନ୍ତି କମିଶନ । ଚାବି ହଜିବା ସଂପର୍କରେ ପୂର୍ବବର୍ତ୍ତୀ ଘଟଣା ସମୂହ ଓ ପରିସ୍ଥିତିର ପରୀକ୍ଷା, ଚାବି ହଜିବା ନେଇ କୌଣସି ବ୍ୟକ୍ତି ବିଶେଷ, ଗୋଷ୍ଠୀ କିମ୍ବା କୌଣସି ପଦାଧିକାରୀଙ୍କ ଭୂମିକା, ଆଚରଣ ଓ ଉତ୍ତର ଦାୟିତ୍ୱ ସଂପର୍କରେ ସତ୍ୟପାଠ ଦାଖଲ କରିପାରିବେ ।

ସେହିପରି ଏଭଳି ଘଟଣାର ପୁନରାବୃତ୍ତି ଯେପରି ନହୁଏ, ସେଥିପାଇଁ କଣ କାର୍ୟ୍ୟାନୁଷ୍ଠାନ ନେବା ଆବଶ୍ୟକ, ସେ ସଂପର୍କରେ ମଧ୍ୟ ସତ୍ୟପାଠରେ ଉଲ୍ଲେଖ କରିପାରିବେ । ଆସନ୍ତା ୩୦ ତାରିଖରେ ତଦନ୍ତ କମିଶନଙ୍କର ପୁରୀ ସର୍କିଟ ହାଉସରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ଦିନ ସତ୍ୟପାଠଗୁଡିକର ଶୁଣାଣି କରିବେ କମିଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.