ହସ୍ପିଟାଲ ବେଡରେ ଜୀବନ ସହ ସଂଗ୍ରାମ କରୁଛି ଶ୍ରୀୟମ, ସହାୟତା ପାଇଁ ନେହୁରା ହେଉଛନ୍ତି ଘର ଲୋକ

ଜଗତସିଂହପୁର: ଦେଖିଲେ କେଡ଼େ ସୁନ୍ଦର ଗୁଲୁଗୁଲିଆ ପିଲାଟେ । ହସ ହସ ମୁହଁ । ଦେଖିଲେ କିଛି ସମୟ ଚାହିଁ ରହିବାକୁ ଇଚ୍ଛା ହେବ । ନାଁଟି ତାର ଶ୍ରୀୟମ । ହେଲେ ଏଇ ୧୫ ବର୍ଷ ବୟସ୍କ ପିଲାଟି ଆଉ ଦାଣ୍ଡକୁ ବାହାରୁ ନାହିଁ କି ରାସ୍ତାଘାଟ ଅବା ଖେଳ ପଡ଼ିଆରେ ଖେଳୁ ନାହିଁ । ସ୍କୁଲ ମଧ୍ୟ ଯାଇ ପାରୁ ନାହିଁ ଅନେକ ଦିନ ହେଲା । ହଷ୍ଟେଲରେ ରହି ପଢୁଥିଲା ସେ । ଏବେ ଡାକ୍ତରଖାନା ବେଡରେ ଶଯ୍ୟାଶାୟୀ । ଯାହାକୁ ନେଇ ପରିବାର ଲୋକେ ଚିନ୍ତାରେ । … ପ୍ରଥମେ ଶ୍ରୀୟମକୁ ଜର ହେଲା । ସାଧାରଣ ଜର ହୋଇଛି ଭାବି ଘର ଲୋକ ତାର ଚିକିତ୍ସା ବି କଲେ । ଜର ହେଉଥାଏ ପୁଣି ଛାଡ଼ି ଯାଉଥାଏ । ଏମିତି ଚାଲିଲା ତିନି ମାସ ଧରି ।

ଏହାପରେ ପ୍ରଥମେ ଜଗତସିଂହପୁରରେ ତାର ଚିକିସା କରାଇଲେ । କିଛି ଫଳ ନମିଳିବାରୁ ପରେ କଟକରେ ନେଇ ଆସିଲେ ଚିକିତ୍ସା ପାଇଁ । ସେତେବେଳେ ଜଣାପଡ଼ିଲା ଶ୍ରୀୟମକୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଛି । ତେଣୁ ତାକୁ ତୁରନ୍ତ ଭୁବନେଶ୍ବରର ଏକ ଘରୋଇ ହସପିଟାଲକୁ ନେଇ ଆସିଲେ । ସେହି ହସପିଟାଲର ଆଇସିୟୁରେ ଶ୍ରୀୟମ ଚିକିତ୍ସାଧୀନ ଅଛି । ତାର ଚିକିତ୍ସା ପାଇଁ ପ୍ରତିଦିନ ଖର୍ଚ୍ଚ ହେଉଛି ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା । ଅତି ଗରିବ ପରିବାରରହୋଇଥିବାରୁ ବାପା ଶ୍ରୀନିବାସ ମିଶ୍ର ପୁଅର ଚିକିତ୍ସା କରାଇବାକୁ ସମର୍ଥ ହେଉ ନାହାନ୍ତି । ନିଜର ଯାହା ଜମାପୁଞ୍ଜି ଥିଲା ସେ ସବୁକୁ ଖର୍ଚ୍ଚ କରି ସାରିଲେଣି । ଧାର ଉଧାର କରି ଋଣରେ ବି ବୁଡ଼ି ଗଲେଣି । ଏପଟେ ବଢ଼ି ବଢ଼ି ଚାଲିଛି ଚିକିତ୍ସା ଖର୍ଚ୍ଚ । ପୁଅକୁ ବଞ୍ଚାଇ ରଖିବା ପାଇଁ ପରିବାର ଲୋକେ ପ୍ରତିଦିନ ସଂଘର୍ଷ କରୁଛନ୍ତି ।

ଜଗତସିଂହପୁର ଏରସମା ବ୍ଲକରେ ଶ୍ରୀୟମଙ୍କ ଘର । ବାପା ଶ୍ରୀନିବାସ ମିଶ୍ର ଜଣେ ଚାଷୀ । ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ଶ୍ରୀୟମ ଏବେ ICUରେ । ଭେଣ୍ଟିଲେଟର୍ ରେ ଅଛି। ବାପା ଶ୍ରୀନିବାସଙ୍କର କୌଣସି ସ୍ବାସ୍ଥ୍ୟ କାର୍ଡ଼ ମଧ୍ୟ ନାହିଁ । ତେଣଉ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଚିକିତ୍ସା ବାବଦରେ ଦିନକୁ ପାଖାପାଖି ୫୦ ହଜାରରୁ ଅଧିକ ଖର୍ଚ୍ଚ ହେଉଥିବାରୁ ଭୀଷଣ ଚିନ୍ତାରେ ପରିବାର ଲୋକ । ତେଣୁ ସହାୟତା ପାଇଁ ନିବେଦନ କରିଛନ୍ତି । ଆପଣମାନଙ୍କ ସହଯୋଗ ହିଁ ୧୫ ବର୍ଷର ପିଲା ଶ୍ରୀୟମକୁ ସୁସ୍ଥ କରି ଦେଇ ପାରିବ ।
ସହାୟତା ପଠାଇବା ପାଇଁ ଯୋଗାଯୋଗ କରନ୍ତୁ…
ଶ୍ରୀନିବାସ ମିଶ୍ର
PHONE NO-6371348384