ଶ୍ରୀବାଣୀକ୍ଷେତ୍ର ଗୁଣ୍ଡିଚା ମନ୍ଦିରରେ ବିଜେ କଲେ ମହାପ୍ରଭୁ

ଭୁବନେଶ୍ବର : ଶ୍ରୀବାଣୀକ୍ଷେତ୍ର ଗୁଣ୍ଡିଚା ମନ୍ଦିରରେ ବିଜେ କଲେ ମହାପ୍ରଭୁ। ଭୁବନେଶ୍ବର କିସ୍ ଶ୍ରୀବାଣୀ କ୍ଷେତ୍ରରେ ଘୋଷଯାତ୍ରା ମହାସମାରୋହରେ ସଂପନ୍ନ ହୋଇଥିବା ବେଳେ ଆଜି ଚତୁର୍ଦ୍ଧାମୂର୍ତ୍ତି ଗୁଣ୍ଡିଚା ମନ୍ଦିରରେ ବିଜେ କରିଛନ୍ତି। ସଂଧ୍ୟାରେ ଠାକୁରମାନେ ପହଣ୍ଡିରେ ଆସି ଗୁଣ୍ଡିଚା ମନ୍ଦିରରେ ବିଜେ ହୋଇଥିଲେ। ଗୁଣ୍ଡିଚା ମନ୍ଦିରକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।
ଭକ୍ତମାନେ ଯେଭଳି ଠାକୁରଙ୍କୁ ଭଲ ଭାବରେ ଦର୍ଶନ କରି ପାରିବେ ସେଥିଲାଗି ସୁବନ୍ଦୋବସ୍ତ କରାଯାଇଛି। ନବଦିନ ବ୍ୟାପୀ ପ୍ରତି ସନ୍ଧ୍ୟାରେ ମହାପ୍ରଭୁଙ୍କ ନିକଟରେ ଭଜନ ସମାରୋହ ଅନୁଷ୍ଠିତ ହେବା ସହ ମୀନାବଜାରର ଆୟୋଜନ କରାଯାଇଛି। ଏହି ନଅ ଦିନ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ଗହଳି ଲାଗି ରହିଥାଏ। ରଥଯାତ୍ରା ପାଇଁ ଗୁଣ୍ଡିଚା ମନ୍ଦିର ନିକଟରେ ମୀନା ବଜାର ଖୋଲିଛି। ଦିଅଁ ଦର୍ଶନ ସହ ମୀନା ବଜାର ବୁଲି ଲୋକମାନେ ବେଶ ମଜା ନେଉଛନ୍ତି।