ପବିତ୍ର ରାମନବମୀରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରର ସାହିଯାତ

ଶ୍ରୀକ୍ଷେତ୍ର ପୁରୀର ଅନନ୍ୟ ପରମ୍ପରା ସାହିଯାତ । ପବିତ୍ର ରାମନବମୀ ତିଥିରୁ ଆରମ୍ଭ ହୋଇଛି ଶ୍ରୀକ୍ଷେତ୍ରର ସାହିଯାତ । ରାମନବମୀରେ ଭଗବାନ ରାମଚନ୍ଦ୍ରଙ୍କ ଜନ୍ମନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବା ପରେ ଆରମ୍ଭ ହୋଇଛି ପାରମ୍ପରିକ ସାହିଯାତ । ପ୍ରଥମ ଦିନରେ କାଳିକାଦେବୀ ସାହିରୁ ସାହିଯାତ ବାହାରି ତାର ପାରମ୍ପରିକ ବାଦୀ ତଥା ବନ୍ଧୁସାହି ମାଟିମଣ୍ଡପ ସାହିକୁ ଯାଇଛି ।
ସେଠାରେ ରାବଣ, ପର୍ଶୁରାମ, ନବଶିରା, ସପ୍ତଶିରା,ଦୁର୍ଗା ମେଢ଼, ନାଗା ନୃତ୍ୟ ସହ ସମରକଳା ପ୍ରଦର୍ଶନ କରାଯାଇଛି । କାଳିକାଦେବୀ ସାହୀରୁ ସାହିଯାତ ଆସିଥିବା ବେଳେ ରାମ,ଲକ୍ଷ୍ମଣ, , ସୀତା,ଭରତ ଶତୃଘ୍ନ, ଓ ରୁଷିଶ୍ରେଷ୍ଠ ଶ୍ରୀମନ୍ଦିରକୁ ଯାଇଥିଲେ । ମହାପ୍ରଭୁଙ୍କ ରାମଜନ୍ମ ନିତି ସାରି ଫେରିଛନ୍ତି ।
ରାତି ତମାମ ସାହିଯାତ ଉପଭୋଗ କରିଛନ୍ତି ପୁରୀବାସୀ । ଏହା ଏକ ଭାଇ ଚାରାର ଉତ୍ସବ । ଶ୍ରୀମନ୍ଦିରରେ ରାମଲିଳା ସହ ଏହା ସଂଶ୍ଳିଷ୍ଟ । ଆଜି ମାଟିମଣ୍ଡପ ସାହିରୁ କାଳିକାଦେବୀ ସାହିକୁ ବାହାରିବ ସାହିଯାତ । ଗୋଟିଏ ସାହିରୁ ଅନ୍ୟ ଏକ ବନ୍ଧୁସାହିକୁ ସାହିଯାତ ବାହାରିଥାଏ ।