କେନ୍ଦ୍ରାପଡା ବାସୁଦେଇପୁରୁ ଗାଁ ରେ ଅନୁଷ୍ଠିତ ହୋଇଛି ଦ୍ୱିତୀୟ ବାର୍ଷିକ ଶ୍ରୀମଦଭାଗବତ ମହାମଞ୍ଚ

ବର୍ତ୍ତମାନ ସମାଜରେ ବୁଡି ଯାଉଥିବା ଶ୍ରୀ ମଦ୍ ଭାଗବତ, ଶ୍ରୀ ମଦ୍ ଗୀତା , ଶ୍ରୀ ରାମଚରିତ ମାନସ , ମହାଭାରତ ଭଳି ଅନେକ ଗ୍ରନ୍ଥର କଥାମୃତ କୁ ବଞ୍ଚାଇ ରଖିବା ପାଇଁ ସାଧୁ ସନ୍ଥ ମାନେ ଅନେକ ପ୍ରୟାସ ଆରମ୍ଭ କରିଛନ୍ତି। ତେବେ ପ୍ରତ୍ୟେକ ଗାଁର ଶେଷ ମୁଣ୍ଡରେ ତ ଭାଗବତ ଟୁଙ୍ଗୀ ରହିଥାଏ। ଯେଉଁଠିକି ପ୍ରତି ସନ୍ଧ୍ୟାରେ ଭାଗବତ ପାଠ କରାଯାଏ। ଏହାକୁ ଶୁଣିବା ପାଇଁ ଗାଁର ପ୍ରତ୍ୟେକ ଲୋକ ଯାଇଥାନ୍ତି। ତେବେ ଏସବୁ ସହରାଞ୍ଚଳରେ ଦେଖିବାକୁ ମିଳେ ନାହିଁ। ଯେହେତୁ ଅଧିକାଂଶ ଲୋକ ଏବେ ସହରରେ ରହୁଛନ୍ତି ତେଣୁ ଲୋକମାନେ ଭାଗବତ ମହାପୁରାଣ ପ୍ରତି ବିମୁଖ ହେଉଛନ୍ତି। ଏହି ପୁଣ୍ୟ ଗ୍ରନ୍ଥର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବାସୁଦେଇପୁର ଗ୍ରାମର ବାବା ତପନ ଜି ମହାରାଜ ।

କେନ୍ଦ୍ରାପଡା ଗରଦପୁରୁ ବ୍ଲକ ବାସୁଦେଇପୁରୁ ଗାଁ ରେ ଅନୁଷ୍ଠିତ ହୋଇଛି ଦ୍ୱିତୀୟ ବାର୍ଷିକ ଶ୍ରୀମଦଭାଗବତ ମହାମଞ୍ଚ ।ଏହି ଆଧ୍ୟାତ୍ମିକ ମହୋତ୍ସବର ଆୟୋଜନ କରିଥିଲେ ବାବା ତପନ ମହାରାଜ । ବାବା ତପନ ମହାରାଜ ନିଜ ଗ୍ରାମରେ ରାଜ୍ୟ ସ୍ତରୀୟ ଶୀମଦ୍ ଭାଗବତ ମହମଞ୍ଚ ଗଠନ କରିବା ସହ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଭାଗବତ ମହାମଞ୍ଚ ଗଠନ କରିବା ସହିତ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ଵାରା ପଞ୍ଜୀକୃତ କରି ପାରିଛନ୍ତି । ପ୍ରଥମ କରି ପ୍ରସିଦ୍ଧ ହରିହର କ୍ଷେତ୍ର ମାହାଳ ବାସୁଦେଇ ପୁର ଠାରେ ବାବା ତପନ ଜି ଙ୍କ ସଭାପତିତ୍ବରେ ଏକ ଭାଗବତ ଜାଗରଣ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡାର ପ୍ରସିଦ୍ଧ ହରିହରକ୍ଷେତ୍ର ମାହାଳ ଶ୍ରୀ ଜଗନ୍ନାଥ ମନ୍ଦିର ରୁ ଏହି ମହାପୁରାଣ ଗ୍ରନ୍ଥକୁ ଶୋଭାଯାତ୍ରାରେ ନିଆଯାଇ ମଞ୍ଚରେ ସ୍ଥାପନ କରିଥିଲେ ।ଏହି ଅଧାତ୍ମିକ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ପଦ୍ମନାଭ ତ୍ରିପାଠୀ, ଚକାପାଦ ଆଶ୍ରମ କନ୍ଧମାଳର ସ୍ବାମୀ ସଚ୍ଚିଦାନନ୍ଦ ସରସ୍ଵତୀ ମହାରାଜ , ମୁଖ୍ୟ ବକ୍ତା ଭାବେ ଶିଶୁ ଅନନ୍ତ ଆଶ୍ରମ ପଦ୍ମଶ୍ରୀ ବାବା ବଳିଆଙ୍କର ପଟ୍ଟ ଶିଷ୍ୟ ସ୍ବାମୀ ଚିଦାନନ୍ଦଯି ମହାରାଜ ଯୋଗଦେଇଥଥିଲେ।

ସମ୍ମାନିତ ଅତିଥିଭାବେ ଅଚ୍ୟୁତାନନ୍ଦ ପୀଠ ନେମାଳୋ ର ମହନ୍ତ ଶ୍ରୀ ଶ୍ରୀ ଗଗନାନନ୍ଦ ଗୋସ୍ୱାମୀ , ଛତିଆ ବଟର ସାନ ମଣିମା ମହନ୍ତ ଶ୍ରୀ ଜଗନ୍ନାଥ ଦାସ , ପାରାଦୀପ ଉଦୟ ବଟର ମହନ୍ତ ଶ୍ରୀ ଭାବଗ୍ରାହୀ ଦାସ ଯୋଗଦେଇ ଉପସ୍ଥିତ ଜନସାଧାରଣ ଙ୍କୁ ଭାଗବତ ଅମୃତ ବାଣୀ ଉପରେ ଆଲୋକପାତ କରିଥିଲେ। ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟା ରେ ନିଜ ନିଜ ଘରେ ଭାଗବତ ପଠନ କରି ନିତ୍ୟଜିବନ ରେ ଖୁସି ଓ ପରିବାରରେ ଶାନ୍ତି ସ୍ଥାପନ ପାଇଁ ପେରଣା ଦେଇଥିଲେ।

ଯଦି ପ୍ରତ୍ୟେକ ଗ୍ରାମାଞ୍ଚଳରେ ଏହି ଭଳି ଆଧ୍ୟାତ୍ମିକ ମହୋତ୍ସବର ଆୟୋଜନ କରାଯାଏ, ତେବେ ପଥ ଭ୍ରଷ୍ଟ ହେଉଥିବା ଆଜିର ଯୁବପିଢ଼ି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେରଣାର ଉତ୍ସବ ହେବ ନିଶ୍ଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.