ଶ୍ରୀମନ୍ଦିରର ହେବ ନୂଆ ୟୁଟୁବ୍ ଚ୍ୟାନେଲ, ନୂଆ ୟୁନିଫର୍ମ ପଲିସି ଲାଗୁ ହେବ

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକରେ ରଥଯାତ୍ରା ପ୍ରସ୍ତୁତି ଓ ରତ୍ନଭଣ୍ଡାର ମରାମତି ଅଗ୍ରଗତି ନେଇ ଆଲୋଚନା ହୋଇଛି । ବାହାର ଓ ଭିତର ରତ୍ନଭଣ୍ଡାର ମଝିରେ ୫ଟି ଲୁହା ବିମ୍ ଲାଗିଥିଲା । କଳଙ୍କି ଲାଗି ଖରାପ ହେବାରୁ ୫ଟି ଷ୍ଟିଲ ବିମ୍ ଲଗାଯାଇଛି । ପଥର ବଦଳା ଯାଉଛି, କେମିକାଲ ୱାସିଂ କାମ ଜାରି ରହିଛି । ରତ୍ନଭଣ୍ଡାରକୁ ଦୀର୍ଘସ୍ଥାୟୀ ମରାମତି କରିବ ଏଏସଆଇ । ପରେ ଚଟାଣ ମରାମତି ହେବ । ଅକ୍ଷୟ ତୃତୀୟା ବେଳକୁ ମରାମତି ଓ ସଂରକ୍ଷଣ କାମ ଶେଷ ହୋଇପାରେ ।

ସେପଟେ ଶ୍ରୀମନ୍ଦିର ଉପରେ ଡ୍ରୋନ ଓ ଭିତରେ ମୋବାଇଲ ଫୋନ ନେଇ ଫୋଟୋ ଭାଇରାଲ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ବର୍ତ୍ତମାନର ଦଣ୍ଡବିଧାନ ପର୍ଯ୍ୟାପ୍ତ ନୁହେଁ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। କଠୋର ଆଇନ ଆବଶ୍ୟକ l ଏ ନେଇ ରାଜ୍ୟସରକାରଙ୍କୁ ପ୍ରସ୍ତାବ ଦିଆଯିବ । ପ୍ରସ୍ତାବ ପାରିତ ହେଲା ପରେ ଟେମ୍ପୁଲ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ପଣା ସଂକ୍ରାନ୍ତିରେ ଓଡିଆ ନବବର୍ଷର କ୍ୟାଲେଣ୍ଡର ଶ୍ରୀମନ୍ଦିର ପ୍ରଶାସନ କରୁଛି। ପ୍ରଥମେ ମହାପ୍ରଭୁଙ୍କ ପାଖରେ ଲାଗି ହେବ।

ପଣା ସଂକ୍ରାନ୍ତି କିମ୍ବା ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିରର ନୂଆ ୟୁଟୁବ୍ ଚ୍ୟାନେଲ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ହୋଇଛି । କୋଠଭୋଗରେ ଜୈବିକ ପଦ୍ଧତିରେ ଅମୃତ ଅନ୍ନର ବ୍ୟବହାର ହେବ । ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଗୋଟିଏ ସୂଚନା କେନ୍ଦ୍ର ହେବ । ଏଲଇଡି ଡିସପ୍ଲେ ଲଗାଯିବ । ୟୁନିଫର୍ମ ପଲିସି ପରିଚାଳନା କମିଟିରେ ପାସ୍ ହୋଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ହେବାପରେ ନୂଆ ୟୁନିଫର୍ମ ପଲିସି ଲାଗୁ ହେବ । ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ଦର୍ଶନ ନେଇ ଆଲୋଚନା ହୋଇଛି । ଏକ୍ସପର୍ଟ ମାନେ ଡାଇଗ୍ରାମ ଦେଖାଇଛନ୍ତି ।