ପୁରୀ : ପୁରୀ ଆନନ୍ଦବଜାରରେ ଅଣ ସେବାୟତଙ୍କ ଆକ୍ରମଣରେ ଗୁରୁତର ଶ୍ରୀମନ୍ଦିର ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଡାହାଣ ହାତରେ ଲାଗିଛି ଗୁରୁତର ଆଘାତ । ଆନନ୍ଦବଜାରରେ ରାବିଡି ବିକ୍ରି କରୁଥିଲେ ଆକ୍ରମଣକାରୀ ଅଣସେଵାୟତ । ତାଙ୍କୁ ରାବିଡି ବିକ୍ରି କରିବାକୁ ଶ୍ରୀମନ୍ଦିର ସୁପରଭାଇଜର ବାରଣ କରିବାରୁ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ ।
ଶ୍ରୀମନ୍ଦିର ପଶ୍ଚିମଦ୍ବାର ନିକଟରେ ସୁପରଭାଇଜରଙ୍କୁ ଆକ୍ରମଣ କରାଯାଇଥିବା ବେଳେ ଆକ୍ରମଣକାରୀଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଘଟଣାକୁ ଗୁରୁତ୍ବର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ମେଡିକାଲରେ ଆହତ ସୁପରଭାଇଜରଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ପୋଲିସ ଘଟଣାର ତଦନ୍ତ ଚଳାଇଛି ।