ଶୁଭଶ୍ରୀ ଆତ୍ମହତ୍ୟା ରହସ୍ୟର ପର୍ଦ୍ଦାଫାସ: ବୟଫ୍ରେଣ୍ଡ ଚିତ୍ତ ରଞ୍ଜନ ଜେନା ଗିରଫ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଶାସ୍ତ୍ରୀନଗରର ଶୁଭଶ୍ରୀ ଆତ୍ମହତ୍ୟା ରହସ୍ୟର ପର୍ଦ୍ଦାଫାସ । ବୟଫ୍ରେଣ୍ଡ ଚିତ୍ତ ରଞ୍ଜନ ଜେନା ଗିରଫ । ଚିତ୍ତରଞ୍ଜନଙ୍କ ସହ ଝଗଡ଼ାରୁ ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ । ୨୦୧୪ରେ ଶୁଭଶ୍ରୀଙ୍କ ବାହାଘର ହୋଇଥିଲା । ୨୦୧୯ରେ ସେ ଚିତ୍ତରଞ୍ଜନଙ୍କ ସମ୍ପର୍କରେ ଆସିଥିଲେ । ପରେ ସମ୍ପର୍କ ଗଢ଼ି ଉଠିଥିଲା । ସମ୍ପର୍କକୁ ନେଇ ବହୁତ ପୋଜେସିଭ ଥିଲେ ଶୁଭଶ୍ରୀ । ଘଟଣା ପୂର୍ବରୁ କ୍ୟାପିଟାଲ ହସପିଟାଲକୁ ଜଣେ ବ୍ୟକ୍ତିଙ୍କ ସହ ଯାଇଥିଲେ ଶୁଭଶ୍ରୀ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲେ ।

ଏହି ଝଗଡ଼ାକୁ ନେଇ ଅବସାଦକୁ ଚାଲିଯାଇଥିଲେ । ଆତ୍ମହତ୍ୟା କରିବାକୁ ଯାଉଥିବା କଥା ସେ ମୋବାଇଲ ଫୋନରେ ଚିତ୍ତ ରଞ୍ଜନଙ୍କୁ କହିଥିଲେ । ପରେ ଚିତ୍ତ ରଞ୍ଜନ ଶୁଭଶ୍ରୀଙ୍କ ପୁଅକୁ ଟ୍ୟୁସନ କରୁଥିବା ଟିଚରଙ୍କୁ ଆତ୍ମହତ୍ୟା ବାବଦରେ କହିଥିଲେ । ସେତେବେଳକୁ ଆଉ କବାଟ ଖୋଲିନଥିଲେ ଶୁଭଶ୍ରୀ । ଚିତ୍ତ ରଞ୍ଜନ ଓ ଟ୍ୟୁସନ ଟିଚର ଝୁଲନ୍ତା ଦେହକୁ ଓହ୍ଲାଇଥିଲେ । ପରେ ସେହି ଓଢ଼ଣୀ ନେଇ ବରୁଣେଇରେ ଫୋପାଡି ନୟାଗଡ଼ ଚାଲିଯାଇଥିଲା ଅଭିଯୁକ୍ତ ଚିତ୍ତ ରଞ୍ଜନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.