ପୁଣି ସଟ୍‌ଡାଉନ୍‌ରେ ନିରବି ଗଲା ୧୧ଟି ଜିଲ୍ଲା, ପୋଲିସ୍ ଜଗିଛି ସବୁ ଛକରେ ଆଉ ଲୋକେ ଘର ଭିତରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁଣି ନିରବି ଯାଇଛି ରାଜ୍ୟର ୧୧ଟି ଜିଲ୍ଲା । ଫେରିଛି ସଟ୍‌ଡାଉନ୍ । ଏଇ ଅନ୍‌ଲକ୍ ୧.୦ରେ ସଟ୍‌ଡାଉନ୍ ରହିବ ପ୍ରତି ଶନିବାର ଓ ରବିବାର । ଆଜି ସଂପୃକ୍ତ ୧୧ଟି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ୍ ସବୁଠି ଯାଞ୍ଚ କରୁଛି । ଅତି ଆବଶ୍ୟକ ନଥିଲେ କେହି ବାହାରୁ ନାହାନ୍ତି । ଯେଉଁମାନେ ବି ବାହାରୁଛନ୍ତି ସେମାନଙ୍କୁ ନିଜ ପରିଚୟପତ୍ର ଏବଂ ପାସ୍ ଦେଖାଇବାକୁ ପଡୁଛି ।

BBSR-2କିଛି ଦିନ ଚଳଚଞ୍ଚଳ ହେବା ପରେ ରାଜଧାନୀ ଭୁବନେଶ୍ୱର ପୁଣି ନିଶ୍ଚୁପ ହୋଇଯାଇଛି । କାଁଭାଁ ଗାଡ଼ି ମଟର ଚଳାଚଳ କରୁଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଜୁନ୍ ମାସ ସାରା ପ୍ରତି ଶନିବାର ଓ ରବିବାର ୧୧ଟି ଅଧିକ ସଂକ୍ରମିତ ଜିଲ୍ଲାରେ ସଟ୍‌ଡାଉନ୍ କରାଯାଇଛି । ସ୍ୱାସ୍ଥ୍ୟସେବା, ଔଷଧ ଦୋକାନ ଆଦି ଭଳି କେବଳ ଅତ୍ୟାବଶ୍ୟକ ସେବା ହିଁ ଖୋଲା ରହିଛି । ତଥାପି କିଛି ଅମାନିଆ ଭୁଲ କରି ଦଣ୍ଡିତ ହୋଇଛନ୍ତି ।

BBSR-4ତେବେ ଟ୍ରେନ୍ ଓ ବସ୍ ସେବା ଚାଲୁ ରହିବ ବୋଲି କୁହାଯାଇଥିଲେ ମଧ୍ୟ ଗୋଟିଏ ହେଲେ ବସ୍ ଦେଖିବାକୁ ମିଳି ନାହିଁ । ଟ୍ରେନ୍‌ରେ ଆସିଥିବା ଯାତ୍ରୀମାନେ ଆଜି ପ୍ରବଳ ହଇରାଣ ହୋଇଛନ୍ତି । ସେମାନଙ୍କୁ ରେଳ ବିଭାଗ ତରଫରୁ ଷ୍ଟେସନ୍ ଭିତରେ କିମ୍ବା ବିଶ୍ରାମାଗାରରେ ରହିବାକୁ ଦିଆଯାଇନଥିଲା । ତେଣୁ ପ୍ରବଳ ଗରମରେ ସେମାନେ ଷ୍ଟେସନ୍ ବାହାରେ ପଡ଼ି ରହିଥିଲେ । କିଏ ପିଲାକୁ ଧରି ତ ଆଉ କିଏ ଜିନିଷପତ୍ର ଧରି ହଇରାଣ ହୋଇଛନ୍ତି । ଆଗକୁ ଏଭଳି ସମସ୍ୟାର ସମାଧାନ କରିବାକୁ ସରକାର ଧ୍ୟାନ ଦେବେ ବୋଲି ଆଶା କରୁଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.