ପୁରୀ ସହରରେ ଆସନ୍ତାକାଲି ଲାଗୁ ହେବନାହିଁ ସଟ୍‌ଡାଉନ୍‌, ରଥଯାତ୍ରା ପାଇଁ ଜୁଲାଇ ୧୧ ରାତି ୮ଟାରୁ ୧୩ ରାତି ୮ଟା ପର୍ଯ୍ୟନ୍ତ କର୍ଫୁ

ପୁରୀ (କେନ୍ଯୁଜ୍): ପୁରୀ ସହରରେ କାଲି ସଟ୍‌ଡାଉନ୍‌ ଲାଗୁ ହେବନାହିଁ। ରଥଯାତ୍ରା ପାଇଁ ଜୁଲାଇ ୧୧ ତାରିଖ ରାତି ୮ଟାରୁ ଜୁଲାଇ ୧୩ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସହରରେ କର୍ଫୁ ଲାଗିିବ। ତେଣୁ ପୁରୀବାସୀଙ୍କ ସୁବିଧା ପାଇଁ ୧୦ ତାରିଖ ଅର୍ଥାତ ଶନିବାର ଦିନ ସଟ୍‌ଡାଉନ୍‌ କଟକଣା ଲାଗିବ ନାହିଁ। କୋଭିଡ୍‌ ନିୟନ୍ତ୍ରଣ ପାଇଁ ଜୁଲାଇ ୧୬ ପର୍ଯ୍ୟନ୍ତ ୧୦ଟି ଜିଲ୍ଲାରେ ସରକାର ଶନିବାର ଓ ରବିବାର ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। କିନ୍ତୁ ପୁରୀ ସହର ପାଇଁ ଏହି ନିୟମରେ କୋହଳ କରାଯାଇଛି।

ଗତକାଲି ବିଳମ୍ବିତ ରାତିରୁ ପ୍ରଶାସନ ପକ୍ଷରୁ ଶ୍ରୀନଅରଠାରୁ ଦୋଳମଣ୍ଡପ ସାହି ଜଗାବଳିଆ ଲଜ୍‌ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ଏହା ମଧ୍ୟକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି। ବର୍ତ୍ତମାନ ଲୁହା ବ୍ୟାରିକେଡିଂ ମଧ୍ୟରେ ନନ୍ଦିଘୋଷ ରଥ ଥିବାବେଳେ ଅନ୍ୟ ଦୁଇ ରଥ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରହିଛନ୍ତି। ଆଜିଠାରୁ ଆଉ କୌଣସି ଗାଡିମୋଟର ସିଧାସଳଖ ଭାବେ ସିଂହଦ୍ୱାର ଦେଇ ବଡଦାଣ୍ଡ, ବାଲିସାହି ଓ ଦୋଳମଣ୍ଡପ ସାହିକୁ ଯାଇପାରିବେ ନାହିଁ।

Leave A Reply

Your email address will not be published.