ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା: ପାଞ୍ଚଦିନିଆ ସିବିଆଇ ରିମାଣ୍ଡରେ ଗଲେ ଶୁଭ୍ରା କୁଣ୍ଡୁ

ଭୁବନେଶ୍ୱର: ପାଞ୍ଚଦିନିଆ ସିବିଆଇ ରିମାଣ୍ଡରେ ଗଲେ ଶୁଭ୍ରା କୁଣ୍ଡୁ। ସ୍ୱତନ୍ତ୍ର ସିବିଆଇ କୋର୍ଟ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି। ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ପରେ କୋଲକାତାରୁ ତାଙ୍କୁ ଟ୍ରାନଜିଟ୍‌ ରିମାଣ୍ଡରେ ଭୁବନେଶ୍ୱର ଆଣିଛି ସିବିଆଇ । ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଶୁଭ୍ରାଙ୍କୁ ହାଜର କରାଯାଇଥିଲା।

ରୋଜଭ୍ୟାଲି ଗ୍ରୁପ୍‌ ଚେୟାରମ୍ୟାନ୍‌ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ । ତାଙ୍କୁ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ କରିଛି ସିବିଆଇ । ଶୁଭ୍ରା ସିବିଆଇ ଓ ଇଡି ପାଇଁ ଓ୍ଵାଣ୍ଟେଡ୍‌ ଥିଲେ । ରୋଜଭ୍ୟାଲି ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଦେଶର ବିଭିନ୍ନ ସ୍ଥାନରେ ହଜାର ହଜାର ଜମାକାରୀଙ୍କଠାରୁ ଠକେଇ କରିଥିବା ଅଭିଯୋଗ ରହିଛି । ଗୌତମ କୁଣ୍ଡୁ ଗତ ୨୦୧୫ ମାର୍ଚ୍ଚରୁ ଗିରଫ ହୋଇ ଜେଲରେ ଅଛନ୍ତି । ଗୌତମଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ ଜୁଏଲାରୀ କାରବାର ଚଳାଇଥିଲେ । ଆଗକୁ ତାଙ୍କୁ ସିବିଆଇ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବି ଜେରା କରିପାରନ୍ତି ।

Leave A Reply

Your email address will not be published.