ରାଜ୍ୟ

ଶ୍ୟାମସୁନ୍ଦରପୁରରେ ଚିନ୍ତାମଣିକୁ ଗୁଳିକାଣ୍ଡ ଘଟଣା: ୩ ଅଭିଯୁକ୍ତଙ୍କୁ ଗିରଫ କଲା ସଦର ଥାନା ପୋଲିସ

କଟକ (କେନ୍ୟୁଜ): ଗତ ୮ ତାରିଖରେ କଟକ ସଦର ଥାନା ଅଞ୍ଚଳର ଶ୍ୟାମସୁନ୍ଦରପୁରରେ ଚିନ୍ତାମଣିକୁ ଗୁଳିକାଣ୍ଡ ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ସଦର ଥାନା ପୋଲିସ। ଜଗନ ପ୍ରଧାନ, ରାକେଶ ପ୍ରଧାନ ଓ ଶମ୍ଭୁ ଭୋଇ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ହେଉଛି ଜଗନ ପ୍ରଧାନ। ଜଗନର ବଡ଼ ଭାଇ ହେଉଛି ରାକେଶ। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଓ ବାଇକ ମଧ୍ୟ ଜବତ କରିଛି ପୋଲିସ। ସେହିପରି ଶମ୍ଭୁ ନାଁରେ ପୂର୍ବରୁ ରହିଛି ୨୫ ଟି ମାମଲା ଓ ଜଗନ ନାଁରେ ରହିଛି ୧୨ଟି ମାମଲା ରହିଛି। ଆଜି କମିଶନରେଟ ପୋଲିସର ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଡିସିପି ଅନୀଲ ମିଶ୍ର ଏନେଇ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ହତ୍ୟାକାଣ୍ଡ ଘଟାଇବା ପରେ ଜଗନ ଓ ଶମ୍ଭୁକୁ ଭୁବନେଶ୍ୱରରେ ଆଶ୍ରୟ ଦେଇଥିଲା ରାକେଶ। ୧୩ ତାରିଖ ସକାଳ ସମୟରେ ବାଙ୍ଗାଲୋର ଅଲାହାଙ୍କା ଷ୍ଟେସନରୁ ୩ ଜଣଙ୍କୁ ଧରିଛି କମିଶନରେଟ ପୋଲିସ। କାମକୁ ନେଇ ମୃତକ ଚିନ୍ତାମଣି ସହିତ ପୂର୍ବ ଶତ୍ରୁତା ଥିଲା। ଚିନ୍ତାମଣିଙ୍କ ଅନୁପସ୍ଥିତିରେ ଜଗନ ଚିନ୍ତାମଣି ଘରକୁ ଯିବା ଆସିବା କରୁଥିଲା। ଏହାକୁ ବିରୋଧ କରୁଥିଲେ ମୃତକ ଚିନ୍ତାମଣି।

 

Barsha

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

3 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

7 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

10 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

15 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

27 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

33 mins ago