ଶୋଭାଯାତ୍ରାରେ ଦୁଲୁକିଲା ସମ୍ବଲପୁର ଓ ଏକାମ୍ର କ୍ଷେତ୍ର, ଶେଷ ହେଲା ଶିବ-ପାର୍ବତୀଙ୍କ ବାହାଘର

ଭୁବନେଶ୍ୱର / ସମ୍ବଲପୁର (କେନ୍ୟୁଜ): ଆନନ୍ଦ ଉଲ୍ଲାସର ସହ ଶେଷ ହେଲା ଶିବ ପାର୍ବତୀଙ୍କ ଶୁଭ ପରିଣୟ । ମଧ୍ୟରାତ୍ରୀର ଚତୁର୍ଥ ପ୍ରହରରେ ପଡିଲା ହାତଗଣ୍ଠି । ଆଜି ଦିନ ତମାମ ଶ୍ୱଶୁର ଘରେ ବିଶ୍ରାମ , ବିଳମ୍ବିତ ରାତ୍ରୀରୁ ନଗର ପରିକ୍ରମାରେ ବାହାରିବେ ନବ ବିବାହିତ ଦେବ ଦମ୍ପତି ।  ସୁରକ୍ଷା ପାଇଁ ୩୦ ପ୍ଲାଟୁନ ଫୋର୍ସ ନିୟୋଜିତ ରହିଛନ୍ତି l ଗତ ବିଳମ୍ବିତ ରାତିରେ ପ୍ରାୟ ସବୁ ପଡାରୁ ବାହାରିଥିଲା ବରଯାତ୍ରୀ । ପଟୁଆର ପାଲିଙ୍କି ଉପରେ ବର ବେଶରେ ବିରାଜମାନ ଥିଲେ ଦେବ ଦେବ ମହାଦେବ । ଆଗରେ ନୃତ୍ୟଗୀତର ତାଳେ ତାଳେ ଝୁମିଥିଲେ ବରଯାତ୍ରୀ । ଦେବ ଦାନବ ଠାରୁ ଆରମ୍ଭ କରି ନର କିନ୍ନର ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ ଏହି ବରଯାତ୍ରୀରେ । କନ୍ୟା ଘରେ ପହଂଚିବା ପରେ ରୀତି ନୀତି ଓ ପରମ୍ପରା ଅନୁଯାୟୀ ବାହାଘର ହୋଇଥିଲା ।

ସେହିପରି ଶୋଭାଯାତ୍ରାରେ ଦୁଲୁକିଲା ଏକାମ୍ର କ୍ଷେତ୍ର। ମଧ୍ୟରାତ୍ରରେ ସଂପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ। ବଡ଼ ସିଂହାର ବେଶ ପରେ ପ୍ରଭୁ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ବାହାରିଥିଲେ କନିଆ ଘର । ବରଯାତ୍ରୀଙ୍କୁ ସାଙ୍ଗରେ ନେଇ ପହଞ୍ଚି ଥିଲେ କେଦାରଗୌରୀ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମହା ଆଡ଼ମ୍ବରରେ ବିଧି ମୁତାବକ ଦେବ ଦମ୍ପତିଙ୍କ ବିବାହ ସଂପନ୍ନ ହୋଇଥିଲା । ବରଯାତ୍ରୀଙ୍କୁ ରସଗୋଲା, ଛେନା ବର୍ଫି, ଆମ୍ବରସ, ପରସିଥିଲେ କନ୍ୟାପକ୍ଷ। ମଧ୍ୟରାତ୍ରିରେ ହାତଗଣ୍ଠି ପଡ଼ିଥିଲା। ଆଜି ବିଧିମୁତାବକ ସମସ୍ତ ନୀତିକାନ୍ତି ପରେ ସଂଧ୍ୟାରେ ଦିଅଁ ଶୋଭାଯାତ୍ରାରେ ରାଜଦେଉଳକୁ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି।

You might also like