ଆଜି କଳାଧନ ପ୍ରସଙ୍ଗର ତଦନ୍ତ କରୁଥିବା ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ : କଳାଧନ ପ୍ରସଙ୍ଗରେ ତଦନ୍ତ କରୁଥିବା ଏସଆଇଟିର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ କଟକ ତେଲେଙ୍ଗା ବଜାର ବାସଭବନେର ଦିନ ୧୧ଟାରେ ବୈଠକ ଆରମ୍ଭ ହେବ । ଏଥିରେ ସିବିଆଇ, ପ୍ରବତ୍ତର୍ନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, ବାଣିଜ୍ୟକର ବିଭାଗ, ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇେରକ୍ଟ ଟ୍ୟାକ୍ସ, କ୍ରାଇମବ୍ରାଞ୍ଚ, ଭିଜିଲାନସ ଓ ଖଣି ବିଭାଗର ଅଧିକାରୀ ଯୋଗଦେବ । ସେମାନେ ଏସଆଇଟିକୁ ଷ୍ଟାଟସ ରିପୋର୍ଟ ପ୍ରଦାନ କରିବେ । ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିର ଷ୍ଟାଟସ ରିପୋର୍ଟ ମଧ୍ୟ ଏସଆଇଟି ମାଗିଥିବା ଜଣାଯାଇଛି। ଏସଆଇଟି ଏପର୍ଯ୍ଯନ୍ତ ସୁପ୍ରିମକୋର୍ଟ ନିକଟରେ ୭ଟି ରିପୋର୍ଟ ଦାଖଲ କରିସାରିଲେଣି । ପୂବର୍ରୁ ୨୦୧୬ ମସିହା ଫେବୃଆରୀ ୨୫, ଏପ୍ରିଲ ୨୭, ଜୁଲାଇ ୧୫, ସେପ୍ଟେମ୍ବର ୧୨ ଓ ୨୦୧୭ ମାଚ୍ଚର୍ ୨, ଅଗଷ୍ଟ ୧୪ ତାରିଖେର ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ କଟକର ଅନୁଷ୍ଠିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.