ଜୀବନ ସହ ସଂଗ୍ରାମ କରି ଆଜି ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ସିକୃତି

ଭୁବନେଶ୍ୱର : ମୃତ୍ୟୁକୁ ଅତି ନିକଟରୁ ଦେଖି ଘରକୁ ଫେରିଛନ୍ତି ସିକୃତି । ଏତେ ଦିନ ଧରି ଜୀବନ ସହ ସଂଗ୍ରାମ କରି ଆଜି ସୁସ୍ଥ ହୋଇ ନିଜ ଘରକୁ ଆସିଛନ୍ତି ସେ । ସିକୃତି ନିଜ ପରିବାର ଲୋକଙ୍କୁ ଦେଖିଲେ ଦୀର୍ଘ ୨୯ ଦିନ ପରେ । ଏପଟ ନିଜ ଝିଅକୁ ଏତେ ବଡ ଗୋଟେ ବିପଦରୁ ମୁକ୍ତି ପାଇ ଆସିଥିବାର ଦେଖି ଘର ଲୋକେ ବି ଆଶ୍ୱସ୍ତ ଅନୁଭବ କରୁଥିଲେ । ଯାହା ହେଉ ଏମିତି ହ୍ଵିଲ ଚେୟାରରେ ହେଉ ପଛେ ଝିଅକୁ ଜୀବିତ ତ ଦେଖୁଛୁ । ନଚେତ ଝିଅ ସାଙ୍ଗରେ ଯାଇଥିବା ଆଉ ଦୁଇ ଜଣଙ୍କର ଜୀବନ ଚାଲିଯାଇଛି ।

ହଁ ଆଜ୍ଞା କେରଳରେ ପ୍ରଳୟଙ୍କରୀ ଭୁସ୍ଖଳନରେ ଦୁଇ ଓଡିଆ ଡାକ୍ତରଙ୍କ ମୃତ୍ୟୁ ହୋଇଥିବାବେଳେ ବଞ୍ଚି ଯାଇଛନ୍ତି ସିକୃତି ମହାପାତ୍ର। ଏହି ମହା ବିପତ୍ତିରେ ଭଗବାନଙ୍କ କୃପାରୁ ସିକୃତି ୱାୟନାଡ ଆଜାଦ ମୂପେନ୍ ମେଡିକାଲ କଲେଜରୁ ପ୍ରାୟ ମାସେ ରହି ଘରକୁ ଫେରିଛନ୍ତି।

ଆପଣ ତ ଜାଣିଥିବେ କରେଳ ୱାୟନାଡ ଭୂସ୍ଖଳନ ସୃଷ୍ଟି କରିଥିଲା ମୃତ୍ୟୁ ବିଭୀଷିକା। ପ୍ରକୃତିର ତାଣ୍ଡବରେ ଅନକେଙ୍କ ମୃତ୍ୟୁ ହୋଇଥିବା ବଳେେ ଅନକେ ନିଖୋଜ ହୋଇ ଗଲେ। ସଥେିରେ ଦୁଇ ଓଡ଼ିଆ ଡ଼ାକ୍ତର ସ୍ଵାଧୀନ ପଣ୍ଡା ଓ ବିଷ୍ଣୁ ପ୍ରସାଦ ଚିନ୍ନରା ଫସି ଯାଇଥିଲେ ା ବିଷ୍ଣୁଙ୍କର ମୃତ୍ୟୁ ହୋଇଥିବା ବଳେେ ତାଙ୍କ ପତ୍ନୀ ସୁସ୍ଥ ହୋଇ ପୂର୍ବରୁ ଫରେିଛନ୍ତି ଓଡିଶା। ଦୀର୍ଘ ୨୯ ଦିନ ଚିକିତ୍ସିତ ହବୋ ପରେ ଘରକୁ ଗତକାଲି ଫରେିଛନ୍ତି ସ୍ୱୀକୃତି।

କହିବାକୁ ଚାହିଁବୁ ଯେ ଡାକ୍ତର ବିଷ୍ଣୁ ପ୍ରସାଦ ଚିନ୍ନରା ଓ ତାଙ୍କ ପତ୍ନୀ ଏବଂ ଡାକ୍ତର ସ୍ୱାଧୀନ ପଣ୍ଡା ଓ ତାଙ୍କର ବାନ୍ଧବୀ ସ୍ୱୀକୃତି ମହାପାତ୍ର ଯାଇଥିଲେ କରେଳ ବୁଲିବାକୁ । ହଲେେ ଏହି ବୁଲିବାର ଖୁସି ସମୋନଙ୍କ ପାଇଁ କାଳ ସାଜିଲା । ମୃତ୍ୟୁର କରାଳ ରୂପ ଭସାଇ ନେଇଗଲା ଦୁଇ ଜଣ ଡାକ୍ତରଙ୍କୁ । ଆଉ ବଞ୍ଚିଗଲେ ସ୍ୱୀକୃତି ଏବଂ ଡାକ୍ତର ବିଷ୍ପୁ ପ୍ରସାଦ ଚିନ୍ନାରାଙ୍କ ପତ୍ନୀ ।ଏମାନେ କତେେ ଖୁସିରେ ସାଥି ହୋଇ ବୁଲିବାକୁ ଯାଇ ଥିଲେ । ହଲେେ କହେି ବି ଭାବି ନଥିଲେ ମୃତ୍ୟୁ ଏମିତି ଭାବେ ତାଙ୍କ ପିଛା କରୁଛି ବୋଲି ।

ତେବେ ଏହି ଭୂସ୍ଖଳନରେ ସିକୃତି ଅତ୍ୟନ୍ତ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିଲା । ICUରେ ଦୀର୍ଘ ଦିନ ପରେ ରହି ଆଜାଦ ମୂପେନ୍ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିଲେ। ଓଡ଼ିଶା ସରକାରଙ୍କ ଟିମ୍ IAS ଦିଲୀପ ମହାପାତ୍ରଙ୍କ ନେତୃତ୍ୱରେ ଯାଇ ସେମାନଙ୍କୁ କେରଳ ସରକାରଙ୍କ ସହ ମିଶି ସବୁ ସହାୟତା କରିଥିଲେ । ସିକୃତି ସୁସ୍ଥ ହେବା ପରେ ତାଙ୍କୁ ଆଜାଦ ମୂପେନ୍ ହସ୍ପିଟାଲରୁ ଭାବ ବିହ୍ୱଳ ବିଦାୟ ଦିଆଯାଇଥିଲା। ଏପରିକି ତାଙ୍କ ପାଠ ପରେ ରେସିଡେଣ୍ଟ ଡ଼ାକ୍ତର ପଦରେ ରହିବାକୁ ଘୋଷଣା କରିଛନ୍ତି । ଝାରସୁଗୁଡ଼ାରେ ପହଞ୍ଚିଲା ପରେ ତାଙ୍କ ଘରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ସବୁ ସହାୟତା କରିଥିଲେ। ତାଙ୍କ ସଙ୍ଗେ ତାଙ୍କ ଦୁଇ ଭଉଣୀ ମଧ୍ୟ ରହିଥିଲେ। ଘରେ ଏକ ପ୍ରକାର ଆଶ୍ବସ୍ତ ଅନୁଭବ କରିଥିଲେ।

ଅନ୍ୟ ପଟେ ଏହି ଘଟଣାରେ ରାଜ୍ୟ ସରକାର , କେରଳ ସରକାର ଓ ହସପିଟାଲ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି ହାଇଟେକ୍ ମେଡିକାଲ୍ କଲେଜ୍ ଚେୟାର ମ୍ୟାନ ତିରୁପତି ପାଣିଗ୍ରାହୀ। ତିନି ଜଣ ଡ଼ାକ୍ତର ହାଇଟେକର । କରେଳରେ ପ୍ରକୃତିର ତାଣ୍ଡବ ଏହି ଭୂସ୍ଖଳନ ଘଟଣା ସମଗ୍ର ଦଶେକୁ ଦେହଲାଇ ଦେଇଛି ା ଏବେ ସଠୋରେ ଥଇଥାନ ଓ ପୂନଃଗଠନ କାମ ଚାଲିଛି। ତେବେ ଦୁଇ ଡାକ୍ତର ବିଷ୍ଣୁ ଏବଂ ସ୍ୱାଧୀନଙ୍କୁ ଝୁରୁଛନ୍ତି ପରିବାର ଲୋକେ।