ହକି ବିଶ୍ୱ କପ୍‌ରେ ଝଲସିବ ତାରକସୀ କାମ, ଖେଳାଳିଙ୍କୁ ଦିଆଯିବ ତାରକସୀ କାମରେ ରୂପାର ମୁମେଣ୍ଟୋ

କଟକ(କେନ୍ଯୁଜ୍) : ହକିବିଶ୍ୱ କପରେ ଝଲସିବ ତାରକସୀ କାମ। ଖେଳାଳି ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ତାରକସୀ କାମରେ ପ୍ରସ୍ତୁତ ରୂପାର ମୁମେଣ୍ଟୋ ଦିଆଯିବ । ଏଥିପାଇଁ କଟକ କାଫଲାଫାଣ୍ଡି ଅଞ୍ଚଳରେ ୩ ପ୍ରକାର ମୁମେଣ୍ଟୋ ତିଆରି ଚାଲିଛି ।

silver1 ପ୍ରଥମ ପର୍ଯ୍ଯାୟରେ ୧୭୫ଟି ରୂପା କାରୁକାର୍ଯ୍ଯରେ ପ୍ରସ୍ତୁତ ଛୋଟ ଛୋଟ ରୂପାର ମୁମେଣ୍ଟୋ କାମ ଶେଷ ହୋଇଛି । ଆଉ ୧୦୦ଟି ମୁମେଣ୍ଟୋ କାମ ଚାଲିଛି । ରାଜ୍ୟ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏହି ଅର୍ଡର ମିଳିଛି । ତାରକସୀ କାରିଗର ପଙ୍କଜ କୁମାର ସାହୁ ଓ ୫ ଜଣ କାରିଗର ସମସ୍ତ ମୁମେଣ୍ଟୋ ପ୍ରସ୍ତୁତ କରୁଛନ୍ତି । ୨୦ କେଜିରୁ ଅଧିକ ରୂପାରେ ଏସବୁ ପ୍ରସ୍ତୁତ ହେଉଛି ।