ସମ୍ବଲପୁର: ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୁପା । କାରର ସିକ୍ରେଟ ଚାମ୍ବରରୁ ଖୋଜୁଥିଲେ ଗଞ୍ଜେଇ, ମିଳିଲା ବିପୁଳ ପରିମାଣର ରୁପା । ସମ୍ବଲପୁର ସିଟି ଜିଏସଟି ବିଭାଗ ଦେଢ଼ କୁଇଣ୍ଟାଲ ରୁପା ଜବତ କରିଛି। ଜବତ ରୂୁପାର ମୂଲ୍ୟ ପ୍ରାୟ ଦେଢ଼କୋଟି ଟଙ୍କା ହେବ । ରେଙ୍ଗାଲି ଝୁରିପଡାରେ ଚୋରା ଗଂଜେଇ ଧରିବା ପାଇଁ ଅବକାରୀ ବିଭାଗ ଜଗି ରହିଥିଲା ।
ଏକ କାର ଯାଉଥିବା ବେଳେ ସନ୍ଦେହ ହେବାରୁ ଅବକାରୀ ବିଭାଗ ଗାଡି ଯାଂଚ କରିଥିଲା । ସିକ୍ରେଟ ଚାମ୍ବରରୁ ରୂପାର ପାଇଁଜି, ଝୁମକା, ରୂପାର ମୂର୍ତ୍ତି, ରୂପାର ଗ୍ଲାସ ବିପୁଳ ପରିମାଣର ଜବତ ହୋଇଛି । ଜବତ ରୁପାର ଓଜନ ୧କ୍ବିଣ୍ଟାଲ ୬୬ କେଜି । ଏହାପରେ ସମ୍ବଲପୁର ସିଟି ଜିଏସଟି ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି । ଏହି ଘଟଣାରେ ୩ଜଣକୁ ଜିଏସଟି ବିଭାଗ ଅଟକ ରଖି ପଚରା ଉଚୁରା କରିଛନ୍ତି ।