ଜଳୁଛି ଏସିଆର ଦ୍ବିତୀୟ ଜୈବ ମଣ୍ଡଳ ଶିମିଳିପାଳ, ନିଆଁ ଲିଭା କାର୍ଯ୍ୟରେ ୭୦୦ ବନକର୍ମଚାରୀ ନିୟୋଜିତ

କରଞ୍ଜିଆ(କେନ୍ୟୁଜ): ଏସିଆର ଦ୍ବିତୀୟ ଜୈବ ମଣ୍ଡଳ ଶିମିଳିପାଳ ଏବେ ବିପଦରେ । କାରଣ ଚଳିତବର୍ଷ ପ୍ରଥମ ଥର ପାଇଁ ଆଜି ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଆଜି ଉତ୍ତର ଶିମିଳିପାଳର ୪ଟି ପଏଣ୍ଟ ରେ ଲାଗିଛି ନିଆଁ । ଶିମିଳିପାଳରେ ନିଆଁକୁ ଆୟତ୍ତ କରିବା ବନବିଭାଗ ପାଇଁ ବଡ଼ ଚାଲେଞ୍ଜ ପାଳିଟିଛି । ଚଳିତ ବର୍ଷ ଉତ୍ତର ଶିମିଳିପାଳ ଅଭୟାରଣ୍ୟର  ଗୁରୁଗୁଡ଼ିଆ, ଏବଂ ତାଳବନ୍ଧ ରେଞ୍ଜର ଚାରିଟି ଜାଗାରେ ଲାଗିଛି ନିଆଁ ।

ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିଲେ । ତେବେ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ ସମୟରେ ୬୦୦ ଟି ସଚେତନତା ରାଲି ଏବଂ ୬୦ ଟି ମିଳିତ ମୋକଡ୍ରିଲ କରିଥିଲା ବନଭିଭାଗ।
ଆଜି ଜଳୁଛି ଶିମିଳିପାଳ ବିଭିନ୍ନ ସ୍ଥାନରେ ଗଛ ପତ୍ର । ଅଭୟାରଣ୍ୟର  ଶୁଖିଲା ପତ୍ର ନିଆଁରେ ହୁ ହୁ ହୋଇ ଜଳି ଯାଉଥିବା ବେଳେ ନିଆଁର ଆଁ ଭିତରେ ଜଳି ଯାଉଛି ଛଟ ବଡ ଗଛ ।

ଗୋଟିଏ ପାହାଡ ରୁ ଅନ୍ୟ ପାହାଡ଼ ଚଢି ଚଢି ପାରମ୍ପାରିକ ପ୍ରଣାଳୀ ସହ ବ୍ଲୋୟର ମେସିନ ଦ୍ବାରା ବନ କର୍ମଚାରୀ ମାନେ ଅକ୍ଲାନ୍ତ ପରିଶ୍ରମ କରି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି ।
ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭା କାର୍ଯ୍ୟରେ ୭୦୦ ବନକର୍ମଚାରୀ ନିୟୋଜିତ ଥିବାବେଳେ ୫୦୦ଟି ନିଆଁଲିଭା ବ୍ଲୋୟର ମେସିନ ରହିଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଏମ୍ ଜଗାନନ୍ଦ।

Leave A Reply

Your email address will not be published.