ଜଳୁଛି ଶିମିଳିପାଳ ଅଭୟାରଣ୍ୟ : ୭୦୦ ବନ କର୍ମଚାରୀ ନିଆଁ ଲିଭାଇବା ପାଇଁ ନିୟୋଜିତ

କରଞ୍ଜିଆ (କେନ୍ୟୁଜ): ଏସିଆର ଦିତୀୟ ଜୈବ ମଣ୍ଡଳ ଶିମିଳିପାଳ ଏବେ ବିପଦ ସଙ୍କଟରେ । କାରଣ ଆଜି ଚଳିତବର୍ଷ ପ୍ରଥମ ଥର ପାଇଁ ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ । ଆଜି ଉତ୍ତର ଶିମିଳିପାଳର ୪ଟି ପଏଣ୍ଟ ରେ ଲାଗିଛି ନିଆଁ । ଶିମିଳିପାଳରେ ନିଆଁ କୁ ଆୟତ୍ତ କରିବା ବନବିଭାଗ ପାଇଁ ବଡ଼ ଚାଲେଞ୍ଜ ପାଳିଟିଛି । ଚଳିତ ବର୍ଷ ଉତ୍ତର ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ, ଏବଂ ତାଳବନ୍ଧ ରେଞ୍ଜ ର ଚାରିଟି ଜାଗାରେ ଲାଗୁଛି ନିଆଁ ।

ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହଇଥିବା ବେଳେ ନିଆଁ କୁ ଆୟତ୍ତ କରିବା ପାଇଁ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହେଇଥିଲେ । ତେବେ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ ସମୟରେ ୬୦୦ ଟି ସଚେତନତା ରାଲି ଏବଂ ୬୦ ଟି ମିଳିତ ମୋକଡ୍ରିଲ କରିଥିଲା ବନଭିଭାଗ।

ଆଜି ଜଳୁଛି ଶିମିଳିପାଳ ବିଭିନ୍ନ ସ୍ଥାନରେ ଗଛ ପତ୍ର । ଅଭୟାରଣ୍ୟର ନିଆଁ ଶୁଖିଲା ପତ୍ରରେ ହୁ ହୁ ହୋଇ ଜଳି ଯାଉଥିବା ବେଳେ ନିଆଁର ଆଁ ଭିତରେ ଜଳି ଯାଉଛି ଛଟ ବଡ ଗଛ । ଗୋଟିଏ ପାହାଡ ରୁ ଅନ୍ୟ ପାହାଡ଼ ଚଢି ଚଢି ପାରମ୍ପାରିକ ପ୍ରଣାଳୀ ସହ ବ୍ଲୋୟର ମେସିନ ଦ୍ବାରା ବନ କର୍ମଚାରୀ ମାନେ ଅକ୍ଲାନ୍ତ ପରିଶ୍ରମ କରି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭା କାର୍ଯ୍ୟ ରେ ୭୦୦ ବନକର୍ମଚାରୀ ନିୟୋଜିତ ଥିବାବେଳେ ୫୦୦ଟି ନିଆଁଲିଭା ବ୍ଲୋୟର ମେସିନ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.