ଆଜି ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ
କରଞ୍ଜିଆ : ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବାଘ ଅଭୟାରଣ୍ୟ ଶିମିଳିପାଳ । ରାଜ୍ୟରେ ଜାରି ରହିଥିବା ଝିପଝିପ ବର୍ଷା ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟର ଦୁଇ ପ୍ରବେଶପଥ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଗତ କାଲି ମଧ୍ୟ ବର୍ଷା ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିଥିଲା । ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଶିମିଳିପାଳ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ସୂଚନାନୁଯାୟୀ, କାଳିକାପ୍ରସାଦ ଓ ପିଠାବଟା ଗେଟ୍ ଦେଇ ଯାତାୟତ ବନ୍ଦ ରହିବ । ଏନେଇ ଶିମିଳିପାଳ ଉପ ନିର୍ଦ୍ଦେଶକ ସାଇ କିରଣ ସୂଚନା ଜାରି କରିଛନ୍ତି ।