ରାଜ୍ୟ

ଶିକାରୀଙ୍କ ଟାର୍ଗେଟରେ ଶିମିଳିପାଳ ଅଭୟାରଣ୍ୟ: ହାତୀ ଏଠାରେ କେତେ ସୁରକ୍ଷିତ? ୪୫ କେଜି ଦାନ୍ତ ସହ ୨ ମାଫିଆ ଗିରଫ

ବାରିପଦା: ବନ ବିଭାଗକୁ ମିଳିିଲା ବଡ ସଫଳତା। ୪୫ କେଜି ହାତୀ ଦାନ୍ତ ଜବତ ସହ ୨ଜଣ ମାଫିଆକୁ ଗିରଫ କରିବାକୁ ସକ୍ଷମ ହୋଇଛନ୍ତି ବନ କର୍ମଚାରୀ । ନିଜେ ଗ୍ରାହକ ସାଜି ହାତୀଦାନ୍ତ ମୁଲଚାଲ କରିବାକୁ ଯାଇଥିଲେ ବନବିଭାଗ କର୍ମଚାରୀ। ୧୮ଲକ୍ଷ ଟଙ୍କାରେ ହାତୀଦାନ୍ତ ବିକ୍ରୀ ପାଇଁ ସରିଥିଲା ମୂଲଚାଲ। ସେତିକି ବେଳେ ମାଡି ବସିିଲେ ବନ କର୍ମଚାରୀ। ଆଉ ୨ମାଫିଆଙ୍କୁ ମଧ୍ୟ ଧରିବାକୁ ସକ୍ଷମ ହୋଇଥିଲେ। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଶିମିଳିପାଳ ଅଭୟାରଣ୍ୟରୁ ମାଫିଆମାନେ ଏହି ହାତୀ ହାତୀଦାନ୍ତ ଆଣିଥିବା ପ୍ରଥମିକ ତଦନ୍ତରୁ ବନବିଭାଗ ସ୍ପଷ୍ଟ କରିଛି।

ତେବେ କେବଳ ଏହି ଦୁଇ ଅଭିଯୁକ୍ତ ନୁହେଁ, ଏଥିରେ ଏକ ର‍୍ୟ।କେଟ ଥିବା ଜଣା ପଡିଛି। ଅଧିକ ତଦନ୍ତ ଚାଲୁ ରହିଥିବା କହିଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ। ଏହି ହାତୀ ଦାନ୍ତ ଗୁଡିକ ୮ଖଣ୍ଡ କରାଯାଇଛି। ଏସବୁ ଗୋଟିଏ ହାତୀର ଦାନ୍ତ ବୋଲି ସ୍ପଷ୍ଟ କରିଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ। ଗତ ଜାନୁୟାରୀ ୬ ତାରିଖରେ କପ୍ତିପଦାର ଶାରୀଶୁଆ ଜଙ୍ଗଲରରେ ଦୁର୍ବୃତ୍ତମାନେ ଏକ ଦନ୍ତା ହାତୀକୁ ମାରି ଦାନ୍ତ କାଟି ନେଇଥିଲେ। ୪ ଦିନ ପରେ ବନ ବିଭାଗ ହାତୀର ମୃତଦେହ ଠାବ କରିଥିଲା । ଏହି କାରଣରୁ ୨ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା । ସେହି ଦିନଠାରୁ ହାତୀଦାନ୍ତ ମାଫିଆଙ୍କ ଉପରେ କଡ଼ା ନଜର ରଖିଥିଲା ବନ ବିଭାଗ।

ରାଜ୍ୟରେ ଥିବା ହାତୀ ସଂଖ୍ୟାରୁ ଏକ ତୃତୀୟାଂଶ କେବଳ ଶିମିଳିପାଳ ଅଭୟାରଣ୍ୟରେ ରହିଛନ୍ତି। ୨୦୧୭ ଗଣନା ମୁତାବକ ମୟୂରଭଞ୍ଜ ଜିଲ୍ଲାର ହାତୀ ସଂଖ୍ୟା ହେଉଛି ୪୮୯। ଶିମିଳିପାଳ ଅଭୟାରଣ୍ୟରେ ୩୩୦ଟି ହାତୀ ରହିଥିବା ବେଳେ ବାରିପଦା ବନଖଣ୍ଡ ଅଞ୍ଚଳରେ ଅଛନ୍ତି ୭୦ଟି ହାତୀ। ସେହିଭଳି ରାଇରାଙ୍ଗପୁର ବନଖଣ୍ଡରେ ୪୬ ଓ କରଞ୍ଜିଆ ବନଖଣ୍ଡରେ ଅଛନ୍ତି ୪୩ଟି ହାତୀ। ଏଥି ସହିତ ବର୍ଷ ତମାମ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ହାତୀଙ୍କ ଚଳପ୍ରଚଳ ରହିଛି। ତେବେ ଗତ ୨ବର୍ଷ ମଧ୍ୟରେ କେବଳ ମୟୂରଭଞ୍ଜ ଜିଲ୍ଲାରେ ୨୦ଟି ହାତୀର ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଗୋଟିଏ କେବଳ ଶିକାରୀଙ୍କ ପାଇଁ ମୃତ୍ୟୁ ହୋଇଥିବା ବେଳେ ୨ଟି ହାତୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି। ୨ଟି ହାତୀଛୁଆର ମୃତ୍ୟୁ ବାଘ ଆକ୍ରମଣରେ ହୋଇଥିବା ବେଳେ ଅନ୍ୟ ହାତୀମାନଙ୍କୁ ମୃତ୍ୟୁ ସ୍ୱାଭାବିକ ବୋଲି କହିଛି ବନ ବିଭାଗ। ତେବେ ହାତୀଙ୍କ ସୁରକ୍ଷାକୁ ନେଇ ବନ ବିଭାଗ ସବୁ ଦୃଷ୍ଟିରୁ ତତ୍ପର ଥିବା କହୁଥିବା ବେଳେ ବନ ବିଭାଗର ଅପାରଗତା ପାଇଁ ହିଁ ହାତୀ ମୃତ୍ୟୁ ହାର ବଢିଥିବା କହିଛନ୍ତି ପୂର୍ବତନ ଅବୈତନିକ ବଣ୍ୟପ୍ରାଣୀ ସଂରକ୍ଷକ।

ହାତୀ ଦାନ୍ତର ଚାହିଦା ଦିନକୁ ଦିନ କମି ଆସୁଥିଲେ ମଧ୍ୟ ଶିକାରୀଙ୍କ ଅର୍ଥ ଲୋଭ କମିନାହିଁ । ଯାହାଫଳରେ ସେମାନ ଏଭଳି ଜଘନ୍ୟ କାଯ୍ୟର୍ କରୁଛନ୍ତି । ବର୍ତ୍ତମାନ ଅଧିକାଂଶ ଦେଶ ହାତୀଦାନ୍ତ କାରବାରକୁ ବେଆଇନ ଘୋଷଣା କରି ସାରିଛନ୍ତି। ତଥାପି କିଛି ଦେଶରେ ନିଜର ଆଭିଜାତ୍ୟ ଦେଖାଇବାକୁ ଧନୀ ଲୋକେ ଗହଣା, ପାନିଆ, ଘର ସଜାଇବା ପାଇଁ ଚଢାଦରରେ ନେଇ ବ୍ୟବହାର କରୁଛନ୍ତି ଏହି ହାତୀଦାନ୍ତକୁ। ଲୋଭ ରହୁଛି କେବେ ତ ବିକ୍ରି ହେବ ? ତେଣୁ ହାତୀ ଶିକାର କରିବା ପରେ ତାର ଦାନ୍ତ ଆଣି ବର୍ଷ ବର୍ଷ ଘରେ ଲୁଚାଇ ରଖୁଛନ୍ତି। ଆଉ ବିକ୍ରୀ କରିବା ବେଳେ ଧରା ପଡୁଛନ୍ତି ବନ ବିଭାଗ ହାତରେ।

ଏଠାରେ ପ୍ରଶ୍ନ ଉଠୁଛି, ହାତୀ ଦାନ୍ତ କାରବାର ପଛରେ କେଉଁ ର‍୍ୟାକେଟର ହାତ ଅଛି? ଏଥିରେ ବଡ ବଡିଆଙ୍କ ହାତ ନାହିଁ ତ? ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସଂପୃକ୍ତି ନାହିଁ ତ? କିଏ ସେହି କିଙ୍ଗ ପିନ ଯିଏ ଏତେ ସବୁ କଥା କରାଉଛି? ଏହି ରାକେଟର ଚେର କେଉଁ ଯାଏଁ ଲମ୍ବିଛି? ଏତେସବୁ ପ୍ରଶ୍ନର ଉତ୍ତର କିନ୍ତୁ ବନ ବିଭାଗ ପାଖରେ ନାହିଁ। ତେବେ ବନ୍ୟଜନ୍ତୁମାନଙ୍କୁ ସଂରକ୍ଷଣ ଦେବାକୁ କେବଳ ବନ ବିଭାଗ ନୁହେଁ ଜଙ୍ଗଲରେ କାର୍ଯ୍ଯ କରୁଥିବା ବିଭିନ୍ନ ଏନ୍‌ଜିଓ, ପୋଲିସ ଓ ଜନସାଧାରଣଙ୍କୁ ମଧ୍ୟ ସମାନ ଦୃଷ୍ଟି ରଖିବାକୁ ପଡିବ।

ବାରିପଦାରୁ ସତ୍ୟଜିତ ସୋମଙ୍କ ରିପୋର୍ଟ ‌, କେ ନ୍ୟୁଜ୍‌ ଓଡ଼ିଶା

 

Sonalisa

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

8 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

9 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

50 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago