ସିମରନ ହତ୍ୟା ଘଟଣା , ପୁରୁଷ ବନ୍ଧୁ ରଞ୍ଜୁ ସୁନାଙ୍କୁ ଘରୁ ଉଠାଇ ନେଲା ପୋଲିସ

ବଲାଙ୍ଗୀର(କେନ୍ୟୁଜ୍) : ସିମରନ ହତ୍ୟା ଘଟଣାର ବଢଛି ସସପେନ୍ସ। ତାଙ୍କ ପୁରୁଷ ବନ୍ଧୁ ରଞ୍ଜୁ ସୁନାଙ୍କୁ ଅଟକ ରଖିଛି ପୋଲିସ। ବଲାଙ୍ଗୀର ବେଲପଡ଼ା ଘରୁ ଉଠାଇ ନେଇଛି ପୋଲିସ। ପରେ ତାଙ୍କୁ ଝାରସୁଗୁଡ଼ା ପୋଲିସ ନେଇ ପଚରାଉଚୁରା କରିବ ବୋଲି ଜଣାପଡ଼ିଛି। ସିମରନ୍‌ ସିଂହଙ୍କୁ ହତ୍ୟା କରାଯାଇଛି କି ନା ସେ ଆତ୍ମହତ୍ୟା କରିଛନ୍ତି, ଏବେ ରହସ୍ୟ ଘେରରେ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ସମ୍ବଲପୁର ଏସ୍‌ପି କହିଛନ୍ତି ।