ନୂଆପଡ଼ା : ଡିଲ୍ ବେଳେ ବାଘ ଛାଲ ସହ ଜଣେ ଗିରଫ । ବାଘ ଛାଲ ଡିଲ ବେଳେ ମାଡ଼ିବସିଲା ସିନାପାଲି ବନବିଭାଗ । ନୂଆପଡ଼ା ଜିଲ୍ଲା ସିନାପାଲି ବନବିଭାଗ ରେଞ୍ଜ ଚଟିଆଗୁଡା ଗାଁ ନିକଟରେ ବନବିଭାଗ ପକ୍ଷରୁ ଚଢ଼ାଉ ଜାରି ରଖିଛି । ଏକ କଲରାପତରିଆ ବାଘ ଛାଲ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।
ଗିରଫ ଅଭିଯୁକ୍ତ ହେଲେ ସିନାପାଲି ଗାଁର ହୃଷୀକେଶ ବାଗ । ଗତ ୨୫ ତାରିଖ ଦିନ ରାତି ୧୦ଟାରେ ହୃଷିକେଶ ବାଗ ବାଘ ଛାଲ ଧରି ସିନାପାଲି ବ୍ଲକ ଚଟିଆଗୁଡାରେ ଡ଼ିଲ ପାଇଁ ଗ୍ରାହକଙ୍କୁ ଅପେକ୍ଷା କରି ଜଗି ରହିଥିଲା। ଖବରପାଇ ସିନାପାଲି ବନବିଭାଗ କର୍ମଚାରୀ ମାଡ଼ି ବସି ଏକ କଲରାପତରିଆ ବାଘ ଓ ଗୋଟିଏ ସ୍କୁଟିକୁ ଜବତ କରିଛି ।
ବନବିଭାଗ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ସିନାପାଲି ଗାଁର ହୃଷୀକେଶ ବାଗକୁ ମଧ୍ୟ ଗିରଫ କରିଛି । ଗିରଫ ପରେ ଆଜି ଅଭିଯୁକ୍ତ ହୃଷିକେଶ ବାଗକୁ କୋର୍ଟ ଚାଲାଣ କରାଯାଇଥିବା ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Also read: କମିବ ସରକାର ଓ ଜନତାଙ୍କ ମଧ୍ୟରେ ଦୂରତା, ଲୋକଙ୍କ ଠାରୁ ସିଧାସଳଖ ଫିଡବ୍ୟାକ୍ ନେବେ ମୁଖ୍ୟମନ୍ତ୍ରୀ