ଖୋଲିବ ରତ୍ନଭଣ୍ଡାର ତାଲା, ଶ୍ରୀମନ୍ଦିରରେ ପହଞ୍ଚିଲା ୬ ସିନ୍ଦୁକ

ପୁରୀ : ରତ୍ନଭଣ୍ଡାର ତାଲା ଖୋଲିବା ନେଇ କାଉଣ୍ଟଡାଉନ୍ । କମିଟିର ସଦସ୍ୟମାନେ ବର୍ତ୍ତମାନ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ତେବେ ପାରମ୍ପରିକ ପୋଷାକରେ ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । ସେହିପରି ରତ୍ନଭଣ୍ଡାର ଅଳଙ୍କାର ରଖିବା ପାଇଁ ଆସିଲା ସିନ୍ଦୁକ ।  ସ୍ୱତନ୍ତ୍ର ବରାଦରେ ତିଆରି ହୋଇଥିବା ୬ ସିନ୍ଦୁକ ପହଞ୍ଚିଛି ।  ୬ଟି ସିନ୍ଦୁକ ଟ୍ରକରେ ଲଦି ଭୁବନେଶ୍ୱରର ଜନୈକ ବ୍ୟକ୍ତି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ।  ତେବେ ପ୍ରାଥମିକ ସୂଚନା ମୁତାବକ, ଶାଗୁଆନ୍ କାଠରେ ଏହି ସିନ୍ଦୁକକୁ ପ୍ରସ୍ତୁତ କରାଯାଇଛି ।  ତାସହ ଏଥିରେ ପିତ୍ତଳର ଲେପ ମଧ୍ୟ ଦିଆଯାଇଛି ।  ରତ୍ନଭଣ୍ଡାରର ଅଳଙ୍କାର ସବୁକୁ ଏହି ସିନ୍ଦୁକରେ ରଖାଯିବ ବୋଲି କୁହାଯାଉଛି । ସିନ୍ଦୁକର ଲମ୍ୱ ରହିଛି ସାଢେ ୪ଫୁଟ, ଗଭୀର ୨ଫୁଟ ଓ ଚଉଡାର ମଧ୍ୟ ୨ଫୁଟ ରହିଛି ।

ତେବେ ମିଳିଥିବା ସୂଚନା ମୁତାବକ, ଦିନ ଗୋଟାଏ ୨୮ ମିନିଟରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ଯିବେ ୧୧ ଜଣ ସଦସ୍ୟ ।  ଏମାନଙ୍କ ମଧ୍ୟରେ ଅଛନ୍ତି ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, କମିଟି ସଦସ୍ୟ ସି.ବି.କେ ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପରିଚାଳନା କମିଟିର ସଦସ୍ୟ ଦୁର୍ଗାଦାସ ମହାପାତ୍ର, ତଢଉ କରଣ, ଦେଉଳ କରଣ, ଗଜପତିଙ୍କ ପ୍ରତିନିଧି, ଛତିଶାନିଯୋଗ ମହାନାୟକ,ଭଣ୍ଡାର ମେକାପ ପ୍ରମୁଖ ।

 

 

You might also like