ରାଜ୍ୟ ସିଙ୍ଗିଲ୍‌ ୱିଣ୍ଡୋ କମିଟି ବୈଠକରେ ୯ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ,୨୪୮୬ ବ୍ୟକ୍ତି ପାଇବେ ନୂଆ ନିଯୁକ୍ତି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ସିଙ୍ଗିଲ୍‌ ୱିଣ୍ଡୋ କମିଟି ବୈଠକରେ ୯ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୪୧୧.୫୮ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୨୪୮୬ ବ୍ୟକ୍ତିଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ମାନୁଫାକଚରିଂ, ଖାଦ୍ୟ ପ୍ରକ୍ରିୟାକରଣ, ସାର ଉତ୍ପାଦନ, ଡାଉନ୍‌ଷ୍ଟ୍ରିମ୍‌ ଏବଂ ପର୍ଯ୍ୟଟନ ସେକ୍ଟର ଆଦି ପ୍ରକଳ୍ପରେ ଅନ୍ତର୍ଭୁକ୍ତ । ପ୍ରକଳ୍ପ ଗୁଡ଼ିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡ଼ିକର ତ୍ୱରିତ କ୍ଷେତ୍ରାନ୍ଵୟନ ଉପରେ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟ ଶାସନ ସଚିବ । ପ୍ରସ୍ତାବିତ ଶିଳ୍ପଗୁଡ଼ିକ ପାଇଁ ଆବଶ୍ୟକ ଜମି ଓ ଜଳର ସଠିକ୍‌ ଆକଳନ କରିବା ସହ ଅଧିକ ନିଯୁକ୍ତି ଭିତ୍ତିକ ଶିଳ୍ପଗୁଡ଼ିକୁ ଅଗ୍ରାଧିକାର ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ସଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.