ଜାନୁଆରୀ ୪ରୁ ଆରମ୍ଭ ହେବ ଶିଶିର ସରସ ମେଳା , ଭାଗନେବେ ୨୪ଟି ରାଜ୍ୟର ୩୦୨ଟି ଷ୍ଟଲ

ଭୁବନେଶ୍ବର(କେନ୍ୟୁଜ୍) : ଆସନ୍ତା ଜାନୁଆରୀ ୪ ରୁ ୧୪ ତାରିଖ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଶିଶିର ସରସ ମେଳା। ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବାକୁ ଥିବା ମେଳା ପାଇଁ ଓରମାସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିରେ ଗ୍ରାମୀଣ ଉତ୍ପାଦକ,ସ୍ୱୟଂ ସହାୟକ ଗୋଷ୍ଠୀ,କାରିଗର ଏବଂ ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ଏହି ମେଳାରେ ବିକ୍ରି ହେବ । ୨୪ଟି ରାଜ୍ୟରୁ ୩୦୨ଟି ଷ୍ଟଲ ଖୋଲିବ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିବାକୁ ଥିବା କାରିଗରଙ୍କ ଜିନିଷ ବିକ୍ରି କରାଯିବ । ଏହା ସହିତ ଏହି ମେଳାରେ ପ୍ରତିଦିନ ବିଭିନ୍ନ ପ୍ରକାର ସାଂସ୍କୃତିକ କାଯ୍ୟର୍କ୍ରମ ମଧ୍ୟ ଆୟୋଜିତ ହେବ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦିଆଯାଇଛି ।