ଯେଉଁ ହାତରେ ରାକ୍ଷୀ ବାନ୍ଧିଥିଲା ସେ ହାତରେ ହାତକଡ଼ି ବନ୍ଧାଇଦେଲା ଭଉଣୀ, ଭାଇର କାରନାମ କଣ ଥିଲା ପଢନ୍ତୁ

ଭୁବନେଶ୍ବର(କେନ୍ୟୁଜ୍):  ଭାଇ ଭଉଣୀ ସମ୍ପର୍କ ସବୁଠୁ ନିଆରା। ହେଲେ ସେ ସମ୍ପର୍କ ରେ ଲାଗିଛି ଛିଟା । ଯେଉଁ ହାତରେ ଭାଇକି ରାଖୀ ବାନ୍ଧିଥିଲା ଭଉଣୀ ସେଇ ହାତରେ ଲୁଟିନେଲା ଭଉଣୀର ସମ୍ପତ୍ତି। ବାଧ୍ୟ ହୋଇ ରାକ୍ଷୀ ବାନ୍ଧିଥିବା ହାତରେ ହାତକଡ଼ି ପକାଇଛି ଭଉଣୀ। ଭାଇର କଳାକାରନାମା ଶୁଣିଲେ ଯେକେହିବି ମୁଣ୍ଡରେ ହାତ ଦେଇଦେବେ। ଏମିତି ସେମିତି କାମ ନୁହେଁ ପ୍ରେମିକାକୁ ଖୁସି କରିବାକୁ ଯାଇ ଭଉଣୀ ଘରୁ ସ୍କୁଟି,୫୦ ହଜାର ଟଙ୍କା ଓ ସୁନା ଚୋରି କରିଥିଲା ଭାଇ ।

ଭଉଣୀର ଅଭିଯୋଗ ଆଧାରରେ ଭାଇ ରଞ୍ଜିତ ବିଶ୍ୱାଳକୁ ବାନ୍ଧିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଅଭିଯୁକ୍ତ ରଞ୍ଜିତ ନାଁରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଗତକାଲି ରାତିରେ ଜଗତସିଂହପୁର ତୀର୍ତ୍ତଲ ଅଞ୍ଚଳରୁ ରଞ୍ଜିତକୁ ବାନ୍ଧିଛି ପୋଲିସ । ତାଠାରୁ ଚୋରି ହୋଇଥିବା ସ୍କୁଟି ଜବତ କରିଛି ପୋଲିସ । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଅଭିଯୁକ୍ତ ରଞ୍ଜିତ ଭଉଣୀ ଘରେ ରହି କାମ ଧନ୍ଦା କରେ । ପରେ ଭଉଣୀ ଅନୁପସ୍ଥିତିରେ କଳାକନା ବୁଲାଇ ଛୁ ମାରିଥିଲା ରଞ୍ଜିତ । କଥାରେ ଅଛି ଚୋରଙ୍କ ମୁହଁ ଟାଣ । ନିଜ ଭଉଣୀ ଘରୁ ଚୋରି କରି ଧରାପଡିବା ପରେ ଫିଲ୍ମ ଷ୍ଟାଇଲରେ  କହୁଛି “ପୁଷ୍ପା ନୟଙ୍ଗା” ନେହିଁ ।

ମିଳିଥିବା ସୂଚନ ମୁତାବକ ରଞ୍ଜିତ ଭଉଣୀ ଘରକୁ ଆସି ୩୦ ହଜାର ଟଙ୍କା ସହ ସ୍କୁଟି ଚୋରି କରି ଚମ୍ପଟ ମାରିଥିଲା। ପରେ ଭଉଣୀ ଏକଥା ଜାଣିପାରି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲା। ଚନ୍ଦ୍ରଶେଖରପୁର ମାମଲା ରୁଜୁ କରିବା ପରେ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ରଞ୍ଜିତ ବିଶ୍ବାଳକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ଉ କରିଥିଲା ।ଶେଷରେ ତିର୍ତ୍ତୋଲରୁ ରଞ୍ଜିତକୁ ଗିରଫ କରିବାରେ ସଫଳ ହୋଇଛି ଚନ୍ଦ୍ରଶେଖରପୁର ପୋଲିସ। ଅଭିଯୁକ୍ତ ଭାଇ ନିକଟରୁ ସ୍କୁଟ ଓ ଟଙ୍କା ଜବତ କରାଯାଇଛି। ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.