ସମ୍ପତ୍ତି ସାମ୍ନାରେ ଫିକା ପଡିଲା ସମ୍ପର୍କ, ବୋହୂ ମାଡରେ ଶଶୁର ଗୁରୁତର

ଆନନ୍ଦପୁର (କେନ୍ୟୁଜ୍) : ସମ୍ପତ୍ତି ସାମ୍ନାରେ ଫିକା ପଡିଲା ସମ୍ପର୍କ । ବୋହୂର ମାଡରେ ଶଶୁର ଗୁରୁତର । ଏଭଳି ଘଟଣା ଘଟିଛି ଘଷିପୁରାରେ । ପୁଅ ବୋହୂ୍ଙ୍କ ମାଡରେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ବୁଢା ବାପା । ଜମିବାଡି ଭାଗବଣ୍ଟାକୁ ନେଇ ଦୀର୍ଘଦିନ ଧରି ବଳରାମ ସାହୁଙ୍କ ତିନି ପୁଅଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏପରିକି କଥା ଥାନା ଯାଏ ମଧ୍ୟ ଯାଇଥିଲା । ତେବେ କିଛି ଦିନ ପରେ ଆପୋଷ ବୁଝାମଣାରେ ସବୁ ସମାଧାନ ହୋଇଥିଲା । କିନ୍ତୁ ଆଜି ସକାଳେ ହଠାତ୍ ବଳରାମଙ୍କୁ ଘରୁ ଘୋଷାଡି ଆଣିଥିଲେ ମଝିଆଁ ପୁଅ ଭିମ ଏବଂ ବୋହୂ ତିଳୋତମା । ଏହାପରେ ବୋହୂ ତିଳୋତମା ତାଙ୍କ ମୁଣ୍ଡକୁ ଏକ ବାଉଁଶ ବାଡିରେ ଜୋରରେ ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ପଡିଯାଇଥିଲେ ବଳରାମ । ଅନ୍ୟପଟେ ବଡ଼ ପୁଅ ପହଂଚି ବଳରାମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।