ବାହାଘରରେ ଟଙ୍କା ଚୋରିକୁ ନେଇ ମନ୍ଦିରରେ ଶପଥ କରାଇଲେ ଭଉଣୀ, ପୀଡିତ ପରିବାର ଥାନାର ଦ୍ୱାରସ୍ତ

ମାନହାନି ପାଇଁ ଥାନାର ଦ୍ବାରସ୍ତ ହୋଇଛି ଏ ପରିବାର । ଭଉଣୀ ପୁଅର ବାହାଘର ପାଇଁ ପିଲା ଛୁଆ ଧରି ଯାଇଥିଲେ ଏ ମହିଳା । କିନ୍ତୁ ଭଉଣୀ ଉପରେ ଭଉଣୀ କଲା ସନ୍ଦେହ । ଟଙ୍କା ଚୋରି ହୋଇଥିବା ଅଭିଯୋଗ କରି ମହିଳାଙ୍କୁ ମନ୍ଦିର ନେଇ ଯାଇଥିଲେ ତାଙ୍କ ଭଉଣୀ । ମହିଳାଙ୍କୁ ମନ୍ଦିର ନେଇ ଠାକୁରଙ୍କ ପାଖରେ ଶପଥ କରାଇଲେ । ଆଜି ବି ବଞ୍ଚି ରହିଛି ଏଭଳି ଅନ୍ଧ ବିଶ୍ବାସ । ମନରେ ଉଠିଥିବା ସନ୍ଦେହକୁ ଦୂର କରିବା ପାଇଁ ଭଉଣୀ ଓ ତାଙ୍କ ଛୁଆଙ୍କୁ ମନ୍ଦିର ନେଇ ଯାଇଥିଲେ । ସେଠାରେ କେବଳ ଯେ ଶପଥ କରାଇଥିଲେ ତା ନୁହେଁ ଛୋଟ ଛୋଟ ଛୁଆଙ୍କ ପୂଜା ଚାଉଳ ଖୁଆଇଥିଲେ । ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ପୂରା ସତ ।
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା କେରବେଡା ଗ୍ରାମପଞ୍ଚାୟତ ଅଏଁଳାପାଲି ଗାଁ କୈଶବ କୁମ୍ଭାରଙ୍କ ସ୍ତ୍ରୀ ସୁକାନ୍ତି କୁମ୍ଭାର । ଗତ ମାର୍ଚ୍ଚ ୧୬ ତାରିଖ ଦିନ ସୁକାନ୍ତିଙ୍କ ଭଉଣୀ ପୁଅର ବାହାଘର ଥିଲା । ତେଣୁ ବାଲିପଟା ଗ୍ରାମପଞ୍ଚାୟତ ଖଲିଆ ଗାଁରେ ଥିବା ଭଉଣୀଙ୍କ ଘରକୁ ଯାଇଥିଲେ ସୁକାନ୍ତି । କିନ୍ତୁ ସେ ଜାଣି ନଥିଲେ ତାଙ୍କ ଉପରେ ଟଙ୍କା ଚୋରିର ଅଭିଯୋଗ ଲାଗିଯିବ । ସୁକାନ୍ତିଙ୍କ ଭଉଣୀ ଘରେ ୫ ଲକ୍ଷ ଟଙ୍କା ଚୋରି ହୋଇଥିଲା । ଏନେଇ ସୁକାନ୍ତିଙ୍କ ସମସ୍ତ ଭଉଣୀଙ୍କୁ ସନ୍ଦେହକରି ପାଟଣାଗଡ଼ରେ ଏକ ମନ୍ଦିରରେ ଶପଥ କରାଇବା ସହ ଛୋଟ ଛୁଆମାନଙ୍କୁ ପୂଜା ଚାଉଳ ଖୁଆଇବାକୁ ବାଧ୍ୟ କରାଯାଇଥିଲା । ତେବେ ଏଥିରେ ସୁକାନ୍ତିଙ୍କ ସହ ଅନ୍ୟମାନଙ୍କର ସମ୍ମାନହାନୀ ହୋଇଥିବା ନେଇ ପାଟଣାଗଡ଼ ଥାନାର ଦ୍ୱାରସ୍ତ ହୋଇଛନ୍ତି ପୀଡିତ ପରିବାର। ନ୍ୟାୟ ନ ମିଳିଲେ ଜୀବନ ହାରିବା ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି ।
ସମାଜ ଯେତେ ଆଧୁନିକତା ଆଡ଼କୁ ଗଲେ ବି ଆଜି ବି ଏଭଳି ହୀନ ମାନସିକତା ବଞ୍ଚି ରହିଛି । ନ୍ୟାୟ ପାଇଁ ଥାନାର ଦ୍ବାରସ୍ତ ହୋଇଛନ୍ତି ସୁକାନ୍ତିଙ୍କ ପରିବାର । ତେବେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
Also Read: ରାଜଧାନୀରେ ଲୁଟେରାଙ୍କ ଆତଙ୍କ, ଥାନା ଠାରୁ ମାତ୍ର ଶହେ ଦୁଇ ଶହ ମିଟର ଦୂରରେ ହେଉଛି ଚୋରି