ରାଜ୍ୟ

ଥାଳି ସଜେଇ ରାକ୍ଷୀ ରଖି ଅନାଇ ବସିଛି ଭାଇର ଫେରିବା ବାଟକୁ, ଆଖିରେ ଲୁହ ବି ଜକେଇ ଆସୁଛି ହେଲେ ଫେରୁନି ଭାଇ

ସାଲେପୁର (କେନ୍ୟୁଜ) : ଭାଇ ଏ ଭାଇ… ଆସୁନୁ ରାକ୍ଷୀ ବାନ୍ଧିବା । କେତେ ଆଉ ଲୁଚକାଳି ଖେଳିବୁ ମୋ ସହ । ଅପେକ୍ଷା କରିଛି ପା ତୋତେ… ଆସୁନୁ ଭାଇ…କୁଆଡେ ପଳାଇଯାଇଛୁ ଯେ ତୋର କଣ ଏ ଭଉଣୀ କଥା ମନେପଡୁନି । ଆସୁନୁ ଭାଇ ତୋତେ ପା ରାକ୍ଷୀ ବାନ୍ଧିବି ବୋଲି ମୁଁ ଅପେକ୍ଷା କରିଛି…ଥାଳି ସଜେଇଛି…ରାକ୍ଷୀ ରଖିଛି, ସିନ୍ଦୁର ଚାଉଳ ସବୁ ରଖିଛି । ଆସୁନୁ ଭାଇ କେତେ ଆଉ ଅପେକ୍ଷା କରିବି ତୋତେ । ଏବର୍ଷ କଣ ତୋ ହାତରେ ମୁଁ ରାକ୍ଷୀ ବାନ୍ଧି ପାରିବିନି ଭାଇ । ମୁଁ ସତ କହୁଛି ଭାଇ ତୁ ଥରେ ଆସିଯା ଖାଲି ତୋତେ ଜମା ଆଉ ଛାଡିବିନି ।

ଥାଳି ସଜେଇ ରାକ୍ଷୀ ରଖି ଅନାଇ ବସିଛି ଭାଇର ଫେରିବା ବେଟକୁ । ଅନାଇ ଅନାଇ ଆଖିରେ ଲୁହ ବି ଜକେଇ ଆସୁଛି । ଭାଇ ଆସିବ ଆଉ ରାକ୍ଷୀ ବାନ୍ଧିବ । ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ, ରକ୍ଷା ବନ୍ଧନରେ ଭଉଣୀ ରାକ୍ଷୀ ବାନ୍ଧିଥାଏ ତାର ଭାଇ ହାତରେ । ଭାଇ ଭଉଣୀର ପବିତ୍ର ସମ୍ପର୍କ ହୋଇଥାଏ ଏହି ରକ୍ଷା ବନ୍ଧନ । ଭଉଣୀ ତାର ଭାଇ ହାତରେ ରାକ୍ଷୀ ବାନ୍ଧି ବିପଦ ଆପଦରେ ଭାଇ ସବୁବେଳେ ଠିଆ ହୋଇଥାଏ ଭଉଣୀ ପାଖରେ । କିନ୍ତୁ ଏଠି ଭଉଣୀ ଅପେକ୍ଷା କରିଛି ଭାଇର ଆସିବା ବାଟକୁ । ଭାଇ ଆସିନି ବୋଲି ଭଉଣୀ ମନ ଦୁଃଖରେ ଅପେକ୍ଷା କରିଛି ତାର ଆସିବା ବାଟକୁ କିନ୍ତୁ ଭାଇ ଦୀର୍ଘ ୩ ମାସ ହେବ କୁଆଡେ ନିଖୋଜ ହୋଇଯାଇଛି ।

ଏମିତି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । କଟକ ଜିଲ୍ଲା ନିଶ୍ଚିତକୋଇଲି ବ୍ଲକ ମହମଦପୁର ପଂଚାୟତ ର ମହମଦପୁର ଗ୍ରାମର ରବୀନ୍ଦ୍ର ଦାସ ଙ୍କ ବଡ଼ ପୁଅ ଶୁଭମ ଗତ 24,05,23 ରିଖରେ ଗ୍ରାମର ନଦୀ ବନ୍ଦ ପାଖରୁ କୁଆଡେ ନିଖୋଜ ହୋଇଯାଇଛି । ଏ ନେଇ ରବୀନ୍ଦ୍ର ଥାନାରେ ଏତଲା ଦେଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୧୧ ବର୍ଷିୟ ପୁଅ ଶୁଭମ ଫେରୁନାହିଁ ଘରକୁ । ଆଜି ହେଉଛି ରକ୍ଷା ବନ୍ଧନ ତାର ସାନ ଭଉଣୀ ମନୀସା ତାର ଭାଇ ହାତରେ ରାକ୍ଷୀ ବାନ୍ଧିବ ବୋଲି ଅନେଇ ବସିଛି । ଆଉ ମନ ଦୁଃଖରେ ଭାଇର ଫଟୋ ଓ ରାକ୍ଷୀ ଧରି ଭାଇର ଆସିବା ବାଟକୁ ଅନେଇ ବସିଛି l ହେଲେ ଭାଇ କେମିତି ଆଉ କେଉଁଠି ଅଛି ଏବେ ବି ଅନ୍ଧାରରେ ପରିବାର ଲୋକେ ।

କିନ୍ତୁ ଦୀର୍ଘ ୩ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଶୁଭମ ର ପତା ପାଇପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏପଟେ ମା ଆଉ ଭଉଣୀ ଘର ଅଗଣାରେ ବସି କାନ୍ଦୁଛନ୍ତି । କେବେ ଆସିବ ଶୁଭମ ବୋଲି ଅପେକ୍ଷା କରି ବସିଛନ୍ତି । ଆଜି ଭଳି ଦିନରେ ଭଉଣୀ ଓ ପରିବାର ଲୋକେ ସମସ୍ତେ ମନେ ପକାଉଛନ୍ତି ଶୁଭମକୁ । ସ୍ଥାନୀୟ ଅଞ୍ଚଳ ଏବଂ ସରପଞ୍ଚଙ୍କ ପ୍ରତିନିଧି ମନ୍ଦ୍ୟ ନିଜେ ଏମିତି ଘଟଣାକୁ ଦୁଃଖ ପ୍ରକାଶ କରି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଶୁଭମ୍‌ ବହୁତ ଜଲଦି ଫେରିଆସୁ ଘରକୁ ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago