ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତକୁ ଆଜିଠୁ ତିନି ଦିନିଆ ରିମାଣ୍ଡରେ ନେବ ଏସଆଇଟି

ନୟାଗଡ଼ : ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜିଠୁ ତିନି ଦିନିଆ ରିମାଣ୍ଡରେ ନେବ ଏସଆଇଟି । ନାବାଳିକାକୁ ଯୌନ ନିର୍ଯାତନା ହତ୍ୟା ଘଟଣାରେ ଏସ୍‌ଆଇଟି ଅଧିକ ପଚରାଉଚରା କରାଯିବ । ଅଭିଯୁକ୍ତର କେହି ସହଯୋଗୀ ଅଛନ୍ତି ନା ଏକା ଘଟଣା ଘଟାଇଛି ସେନେଇ ଖୋଳତାଡ଼ କରିବ ।

କୋର୍ଟଙ୍କ ନିର୍ଦ୍ଦେଶ ପରେ ଚାର୍ଜସିଟ ମଧ୍ୟ ଦାଖଲ କରାଯିବ ବୋଲି କହିଛନ୍ତି ଅରୁଣ ବୋଥ୍ରା । ପ୍ରାଥମିକ ପର୍ଯ୍ୟାୟ ତଦନ୍ତରେ ଯୌନ ନିର୍ଯାତନା ନେଇ ମିଳିଛି ପ୍ରମାଣ । ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ତାକୁ ଗିରଫ କରିଥିଲା ଏସଆଇଟି । ଗତକାଲି ଅଭିଯୁକ୍ତକୁ ଯଦୁପୁର ଗାଁନେଇ ତଦନ୍ତ କରିବା ପରେ କୋର୍ଟରେ ହାଜର କରାଯାଇଥିଲା। ଗତ ରବିବାର ଅଭିଯୁକ୍ତକୁ ଗିରଫ ପରେ ସୋମବାର ପକ୍‌ସୋ କୋର୍ଟରେ ହାଜର କରାଯାଇଥିଲା । ଏବେ ନୟାଗଡ଼ ଜେଲରେ ଅଛି ଅଭିଯୁକ୍ତ ।

Leave A Reply

Your email address will not be published.