ସ୍ବାଭାବିକ ହେଉଛି ଭଦ୍ରକ ଓ ଧାମନଗର ସ୍ଥିତି, ଆକ୍ରମଣ ଘଟଣାରେ୨୭ ଜଣ ଗିରଫ

ଭଦ୍ରକ: ସୁଧୁରୁଛି ଭଦ୍ରକ ସ୍ଥିତି । ସ କାଳ ୬ଟାରୁ ସଂଧ୍ଯା ୭ଟା ପର୍ଯ୍ୟନ୍ତ ଦୋକାନବଜାର ଖୋଲିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।  ସାରା ଜିଲ୍ଲାରେ ବଳବତ୍ତର ରହିଛି ଧାରା ୧୬୩  ।  ୨ ରୁ ଅଧିକ ଲୋକଙ୍କୁ ଏକାଠି ନହେବାକୁ ପରାମର୍ଶ ଦେଇଛି ପ୍ରଶାସନ।  ସେହିପରି ପୋଲିସ ଉପରେ ଆକ୍ରମଣ ଘଟଣାରେ ଏଯାଏ ୨୭ ଜଣଙ୍କୁ ଗିରଫ କରାଯାଇଛି ।  କିନ୍ତୁ ଏବେବି ୧୬୩ ଧାରା ଜାରି ରହିଛି ।  ଇଣ୍ଟରନେଟ ସେବା ଆଉ ୪୮ ଘଣ୍ଟା ବନ୍ଦ ରହିବ ।  ତେବେ ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ଜରୁରୀ ସ୍ଥାନରେ ଲିଜ ଲାଇନ ଜରିଆରେ ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯାଇଛି ।

ସ୍ଥିତି ଏବେ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବା ବେଳେ ଧାମନଗର ଓ ନଙ୍ଗା ମହଲା ଅଞ୍ଚଳରେ ଦୋକାନ ବଜାର ଖୋଲିଛି । ସେହିପରି ଗତକାଲି ଗୁଜବରେ ବିଶ୍ବାସ ନକରି ପୋଲିସକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଡିଆଇ ଜି। ଘଟଣାରେ ସମ୍ପୃକ୍ତ ନଥିଲେ ଭୟଭୀତ ନହୋଇ ଘରେ ରହିଲେ କୌଣସି ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ଡିଆଇଜି । ରାପିଡ ଆକ୍ସନ ଫୋର୍ସ ପକ୍ଷରୁ ରାତ୍ରକୀଳୀନ ପାଟ୍ରୋଲିଂ ଓ ଫ୍ଲାଗମାର୍ଚ୍ଚ କରାଯାଉଛି । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସି ସ୍ଥିତି ଉପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ବୈଠକରେ DIG, SP ଓ ମାଜିଷ୍ଟ୍ରେଟ ଯୋଗଦେବେ ।

 

 

You might also like